ଭାରତ ପାଇଁ ଅସହ୍ୟ ହେଲାଣି ଋଣ ବୋଝ। କେନ୍ଦ୍ର ସରକାର ସଂସଦରେ ଉପସ୍ଥାପିତ କରିଥିବା ଋଣ ବାବଦରେ ସୁଦଧ ଯଦି ହିସାବ କରାଯିବ ତେବେ ଭାରତକୁ ପ୍ରତି ମାସରେ ୧୦ ଲକ୍ଷ କୋଟି ଟଙ୍କା ଗଣିବାକୁ ହେବ।
ସଂସଦରେ ଉପସ୍ଥାପିତ ରିପୋର୍ଟ୍ ମୁତାବକ ୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଋଣ ପରିମାଣ ୧୭୧ ଲକ୍ଷ ୭୭ ହଜାର କୋଟିରେ ପହଞ୍ଚିଛି। ଋଣ ବାବଦରେ କେନ୍ଦ୍ର ସରକାରଙ୍କୁ ମାସିକ ସୁଧ ବାବଦରେ କେବଳ ୧୦ ଲକ୍ଷ ୬୪ ହଜାର କୋଟି ଦେବାକୁ ପଡୁଛି। ସଂସଦରେ ଏଭଳି ତଥ୍ୟ ରଖିଛନ୍ତି ଖୋଦ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ଅର୍ଥନୀତି ବିଶେଷଜ୍ଞଙ୍କ କହିବାନୁଯାୟୀ ଭିତ୍ତିଭୂମି ବିକାଶ ବାବଦ ଋଣ ପରିଶୋଧ ପରିମାଣ ଯଦି ଅଧିକ ହେବ, ତାହେଲେ ଏହା ଅର୍ଥନୀତି ପ୍ରତି ବଡ଼ ସଙ୍କଟ ଆଣିଦେବ।
ଅପରପକ୍ଷେ ଚଳିତ ଆର୍ଥିକ ବର୍ଷକୁ ମିଶାଇଲେ ଏହି ଋଣ ପରିମାଣ ୨୦୦ ଲକ୍ଷ କୋଟି ଟପି ପାରେ ବୋଲି ଅର୍ଥନୀତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଯାହାକି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଆଇନର ପରିଧି ବାହାରେ। ସେହିଭଳି ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଋଣ ଏକ ଚତୁର୍ଥାଂଶ କେବଳ ଋଣ ଦ୍ବାରା ପାଣ୍ଠି ସଂଗ୍ରହ କରାଯିବ। ବିତ୍ତୀୟ ପରିଚାଳନା ଆଇନ ମୁତାବକ, କେନ୍ଦ୍ର ସରକାର ଅଭିବୃଦ୍ଧିର ୬୦ ପ୍ରତିଶତ ଭିତରେ ଋଣକୁ ସୀମିତ ରଖିବା କଥା। ଏହି ସୀମା ଅତିକ୍ରମ କରିଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ତଥ୍ୟ ଲୁଚାଇଛନ୍ତି ବୋଲି ଅନେକ ମତ ଦେଉଛନ୍ତି। ବଡ଼ କଥା ହେଉଛି, ଋଣ ସହିତ କେନ୍ଦ୍ର ସରକାରଙ୍କ ରାଜସ୍ବ ନିଅଣ୍ଟ ମଧ୍ୟ ହୋଇଛି। ଯାହାକି ଦେଶର ବିକାଶରେ ଚରମ ବାଧକ ସାଜିପାରେ।


