୨୦୧୪ରେ ୬୩.୪ ପ୍ରତିଶତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲା ଫେଡାଣ ଜାଣି ନ ଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନ ଥିବା ରିପୋର୍ଟ ଆସିଛି। ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନ ଥିବା ବେଳେ ୨୦୨୪ରେ ତାହା ବଢ଼ି ୪୫.୮ ପ୍ରତିଶତରେ ପହଞ୍ଚିଛି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି।
୧୦ ବର୍ଷ ମଧ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ହରଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟାରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଅନୁରୂପ ଭାବରେ ଯେଉଁମାନେ ଶିକ୍ଷଣ ଅଭିବୃଦ୍ଧି ପାଇଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଓଡିଆ, ଇଂରାଜୀ ଓ ଗଣିତ ବିଷୟରେ କାର୍ଯ୍ୟ ପୁସ୍ତିକା ଯୋଗାଇ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ଓ ଶିକ୍ଷା ଯୋଜନା ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ୍ ଓ ବଜେଟ୍ ୨୦୨୫-୨୬ରେ ଉପସ୍ଥାପାନ କରାଯାଇଛି। ବର୍ତ୍ତମାନ ୧୨୪୮୪ଟି ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।


