TT Ads

ଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪୧ ଜଣ ଜୀବନ୍ତ ଜଳି ଯାଇଛନ୍ତି। ମେକ୍ସିକୋର ଟବାସ୍କୋ ରାଜ୍ୟରେ ଘଟିଛି ଏହି ଦୁର୍ଘଟଣା

ମିଳିଥିବା ସୂଚନା ଅନୁଯାୟୀ ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି କାନକୁନର ଟବସ୍କୋ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହେବାରୁ ବସରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ଆଗ୍ନିକ ପହଞ୍ଚିବା ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ଯାତ୍ରୀଙ୍କ ମୃତଦେହ ସହ ଉଭୟ ବସ୍ ଓ ଟ୍ରକର ଡ଼୍ରାଇଭରଙ୍କ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ପ୍ରମାଣ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସ୍ ଅପରେଟର ଟୁରସ ଆକୋଷ୍ଟା ଫେସବୁକରେ ଏକ ବିବୃତିରେ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ସମ୍ପର୍କୀୟମାନଙ୍କୁ ଆବଶ୍ୟକ ପ୍ରକ୍ରିୟା ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

TT Ads

Leave a Reply

Your email address will not be published. Required fields are marked *