ମଝି ଆକାଶରେ ଦୁର୍ଘଟଣା ; ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ
ଆମେରିକାର ରେଗାନ୍ ୱାଶିଂଟନ୍ ଜାତୀୟ ବିମାନବନ୍ଦର ନିକଟରେ ବୁଧବାର ରାତିରେ ସେନା ହେଲିକପ୍ଟର ସହିତ ଏକ ଆମେରିକୀୟ ଏୟାରଲାଇନ୍ସର ଆଞ୍ଚଳିକ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି। ଦୁର୍ଘଟଣା ପରେ ଯାତ୍ରୀବାହୀ ବିମାନଟି ନଦୀକୁ ଖସି ପଡ଼ିଛି। ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଉଭୟ ବିମାନରେ ପ୍ରାୟ ୭୦ ଜଣ ଯାତ୍ରୀ ଥିବା କୁହା ଯାଉଛି। ଯାତ୍ରୀବାହୀ ବିମାନଟି ଅବତରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଆମେରିକୀୟ ଏୟାରଲାଇନ୍ସର ୱେବସାଇଟ୍ ଅନୁଯାୟୀ ଯାତ୍ରୀବାହୀ ବିମାନଟି ୬୫ ଜଣ ଯାତ୍ରୀ ଯାଉଥିଲେ।
ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ କହିଛି ଯେ ରେଗାନ ଆଡକୁ ଯାଉଥିବାବେଳେ ଏକପିଏସଏ ଏୟାରଲାଇନ୍ସର ଆଞ୍ଚଳିକ ଜେଟ ବ୍ଲାକ୍ ହକ୍ ହେଲିକପ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ବିମାନ ଦୁର୍ଘଟଣା ପରେ ଏହି ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି। ଅପରପକ୍ଷେ ଦୁର୍ଘଟଣା ପରେ ସମ୍ପୂର୍ଣ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।


