TT Ads

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାହୱୁର ହୁସେନ୍ ରାଣାକୁ ପ୍ରତ୍ୟାର୍ପଣ ପାଇଁ ଆମେରିକା ସୁପ୍ରିମ କୋର୍ଟ ଅନୁମୋଦନ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ତାହୱୁର ହୁସେନ୍ ରାଣାକୁ ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ଚାହୁଥିବା ଆମେରିକା ସରକାରଙ୍କୁ ଝଟକା ଲାଗିଛି। ରାଣାଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଆମେରିକାର ସୁପ୍ରିମକୋର୍ଟ ଶନିବାର ଅନୁମୋଦନ କରିଛନ୍ତି। ରାଣାଙ୍କ ଭଳି ଆତଙ୍କବାଦୀ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟାର୍ପଣ ପାଇଁ ଅନୁମୋଦନ କରିଥିବା ଦର୍ଶାଇଛନ୍ତି ଆମେରିକା ସୁପ୍ରିମକୋର୍ଟ। ଅପରପକ୍ଷେ ଆମେରିକା ସରକାରଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଦୋଷୀ ସାବ୍ୟସ୍ତ ହେବାର ସମୀକ୍ଷା ଅନୁରୋଧକୁ ଖାରଜ କରିଦେଇଛି ଅଦାଲତ। ଏହାଦ୍ବାରା ଆତଙ୍କବାଦୀଙ୍କ ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଣାକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତର ରାସ୍ତା ପରିଷ୍କାର ହୋଇଛି।
ରାଣାଙ୍କ ବ୍ୟତୀତ ଅନ୍ୟ ଅନେକ ଅପରାଧୀଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି। ଯେଉଁମାନେ ଆଇନରୁ ରକ୍ଷା ପାଇବା ପାଇଁ ପଳାତକ ହୋଇଥିଲେ ସେମାନଙ୍କ ପ୍ରତି କଠୋର ହୋଇଛନ୍ତି ଭାରତ ସରକାର। ଗତ ମାସରେ କୁହାଯାଇଥିଲା ଯେ ଭାରତର ଯେତିକି ଅପରାଧୀ ପଳାତକ ଘୋଷିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆମେରିକାରେ ଲୁଚି ରହିଛନ୍ତି। ଆମେରିକାକୁ ଅପରାଧୀ ତଥା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଦର୍ଶା ଯାଇଥିଲା।

TT Ads

Leave a Reply

Your email address will not be published. Required fields are marked *