TT Ads

ଡାଲମିଆ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଗତ ଦୁଇଦିନ ତଳେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନା ପରିସରରେ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କର ପରିଚୟ ମିଳିଛି। ମୃତକ ହେଲେ ସଦାଶିବ ପାତ୍ର। କମ୍ପାନୀ ପକ୍ଷରୁ ସଦାଶିବଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦିଆଯିବା ସହ ଘର ଯୋଗାଇ ଦିଆଯିବ ବୋଲି ଉପ ଦାଶରଥି ଶବର ଘୋଷଣା କରିଛନ୍ତି। ସେହିଭଳି ସଦାଶିବଙ୍କ ପତ୍ନୀଙ୍କୁ ଚାକିରି ଓ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରକାଶ ଥାଉ କି ଗତ ୧୬ ତାରିଖରେ ଡାଲମିଆ ସିମେଣ୍ଟ କାରଖାନା ପରିସରରେ କୋଇଲା ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଭିତରେ ତିନି ଶ୍ରମିକଙ୍କ ମୃତଦେହ ରହି ଯାଇଥିବା ସନ୍ଦେହ କରା ଯାଉଥିଲା। ଯାହାକୁ ନେଇ ଗତ ଦୁଇଦିନ ଧରି କାରଖାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ଗତକାଲି ଶ୍ରମିକମାନେ କାରଖାନା ପରିସରରେ ଧସେଇ ପଶିଥିଲେ।

TT Ads

Leave a Reply

Your email address will not be published. Required fields are marked *