ନିଜକୁ ସେକ୍ସନ ଅଫିସର କହି ନେଇଥିଲା ୧୨ ଲକ୍ଷ ଟଙ୍କା। ଦଲାଲକୁ ଗିରଫ କଲା କ୍ୟାପିଟାଲ ଥାନା ପୁଲିସ
ଭୁବନେଶ୍ୱର, ୧୩/୧(ଓଡ଼ିଶା ଜାଗରଣ) : ଚାକିରି ଦେବା ଆଳରେ ଜଣଙ୍କୁ ୧୨ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଲୋକସେବା ଭବନ ଗେଟ୍ ନିକଟରୁ ଜଣେ ଠକକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ। ଗିରଫ ଠକ ନାଁ ବ୍ୟାସଦେବ ରଣା। ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବୋଲି ଜଣା ପଡ଼ିଛି। ତାଙ୍କଠାରୁ ଗୋଟିଏ ନକଲି ଲୋକସେବା ଭବନ ପାସ୍ ମଧ୍ୟ ଜବତ କରାଯାଇଛି। ସେ ପଞ୍ଚାୟତିରାଜ ବିଭାଗରେ ଚାକିରି କରିଥିବା ପରିଚୟପତ୍ରରେ ଉଲ୍ଲେଖ ରହିଥିଲା। ସେ ପଂଚାୟତରାଜ ବିଭାଗର ସେକ୍ସନ ଅଫିସର ଭାବେ ପରିଚୟ ଦେଉଥିଲେ।
ଖବର ନେବାରୁ ଜଣାପଡ଼ିଛି ଯେ ପୂର୍ଣ୍ଣଚନ୍ଦ୍ର ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କୁ ଚାକିରୀ କରାଇ ଦେବାକୁ କହି ୧୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।
ତେବେ ଲୋକସେବା ଭବନ ଭଳି ସୁରକ୍ଷା ବଳୟ ଭିତରକୁ କିଭଳି ଯାଉଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ।


