TT Ads

ଏ ଯାଏଁ HMPV ନେଇ କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଦେଇ ନାହାନ୍ତି। ତେଣୁ ରାଜ୍ୟ ସରକାର କିଛି ମାର୍ଗଦର୍ଶିକା ଜାରି କରି ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ସେ ଆହୁରି କହିଛନ୍ତି ଯେ, HMP ଭୁତାଣୁ ଥଣ୍ଡା ଜ୍ୱର କରେ। ସଂକ୍ରମଣ ସେତେ ବଡ଼ ନୁଏନି। ଯଦି ମାର୍ଗଦର୍ଶିକା ଆସେ, ସେହି ଅନୁସାରେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯିବ। ଭୁବନେଶ୍ୱରରେ ଷ୍ଟେଟ IDSP ସେଲ ଓ କେନ୍ଦ୍ରରୁ NCDC ଏହାକୁ ମନିଟର କରୁଛନ୍ତି। ହେଲଥ ଏମେରଜେନସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ। ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡ୍ୟାସବୋର୍ଡ ହେବ। ଏହା ରାଜ୍ୟ ଅଧୀନରେ କାମ କରିବ। ଭୁବନେଶ୍ୱର ନଅ ତାଲାରେ ଏହି ସେଣ୍ଟର ହେବ। ଖୁବଶୀଘ୍ର ଏହା କାମ ଆରମ୍ଭ ହେବ। ମାସ୍କ ପିନ୍ଧା ନେଇ କୌଣସି ନିର୍ଦ୍ଦେଶ ଦେଇନୁ। ସମୟ ସମୟରେ ଏହାକୁ ସମୀକ୍ଷା କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଚାଇନାରେ ବି ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଭାରତରେ ବି କମୁଛି। ଓଡ଼ିଶାରେ ଏ ଯାଏଁ କୌଣସି ରୋଗୀ ଚିହ୍ନଟ ହୋଇନାହିଁ। ବ୍ୟସ୍ତ ହେବାରେ କିଛି ନାହିଁ। କେଶ ବଢିଲେ, ସେ ସମୟରେ ଦେଖାଯିବ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଥଣ୍ଡା ଜ୍ୱର କାଶ ହେଲେ ସଂଗରୋଧ ରୁହନ୍ତୁ। ଗହଳିକୁ ଯାଆନ୍ତୁ ନାହିଁ। ହାତ ଧୁଅନ୍ତୁ। ଋତୁ ପରିବର୍ତନ ଯୋଗୁଁ ଶୀତ ଦିନରେ ଥଣ୍ଡା ଜ୍ୱର ବଢ଼େ ବୋଲି ସେ କହିଛନ୍ତି।

TT Ads

Leave a Reply

Your email address will not be published. Required fields are marked *