TT Ads

ଭୁବନେଶ୍ୱର, ୨୦/୨(ଓଡ଼ିଶା ଜାଗରଣ): ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଆରଆଇ। ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା ଏଆରଆଇବେଳେ ଖୋର୍ଦ୍ଧ ଜିଲ୍ଲା ଚିଲିକା ତହସିଲ ଅଧୀନ ସୋରଣ ରାଜସ୍ବ ଅଧିକାରୀ କାର୍ଯ୍ୟାଳୟର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଆଇ) କୈଳାସ ଚନ୍ଦ୍ର ବେହେରା। ଏକ ଜମିଜମା ମାମଲାରେ କ୍ଲିୟରାନ୍ସ ଦେବା ପାଇଁ କୈଳାସ ୨୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ପୂର୍ବ ଯୋଜନା ମୁତାବକ ଲାଞ୍ଚୁଆ ସହକାରୀ ରାଜସ୍ବ ନିରୀକ୍ଷକଙ୍କୁ ଧରାଯିବା ସହ ତାଙ୍କ ଠାରୁ ୨୦ ହାଜର କେମିକାଲ ବୋଳା ନୋଟ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କୈଳାସଙ୍କ ଘର୍ ସମେତ ଦୁଇଟି ସ୍ଥାନ ଉପରେ ଦୁଇଟି ଟିମ୍ ଚଢ଼ଉ ଜାରି ରଖିଛି।

TT Ads

Leave a Reply

Your email address will not be published. Required fields are marked *