ଏକୁଟିଆ ପାଇ ଯୁବତୀଙ୍କୁ ସାହାଯ୍ୟ କରିବା ଆଳରେ ଅସଦାଚରଣ।
ଭୁବନେଶ୍ସଵର , ୮/୧(ଓଡ଼ିଶା ଜାଗରଣ): କାଳୁ ସକାଳୁ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା ଘଟଣା ଘଟିବାର କିଛି ସମୟ ଯାଇନି ଆଉ ଏକ ଛାତିଥରା ଅପରାଧ ଘଟଣା ଲୋକଲୋଚନକୁ ଆସିଛି। ଖୋଦ୍ ଲୋକଙ୍କ ସୁରକ୍ଷା ଦାୟିତ୍ଵ ନେଇଥିବା ପୁଲିସ ଅଧିକାରୀଙ୍କ ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଜଣେ ଯୁବତୀକୁ ସାହାଯ୍ୟ କରିବା ବାହାନାରେ ଅସଦାଚରଣ କରିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ପୁଲିସ ବାବୁଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି RPF ଏଏସଆଇ ନିରଞ୍ଜନ ଜେନା।
ଖବର ନେବାରୁ ଜଣା ପଡ଼ିଛି ଯେ ଗତ ଦୁଇଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ହଷ୍ଟେଲକୁ ଯିବା ପାଇଁ ଅପେକ୍ଷା କରିଥିଲେ ଜଣେ ଯୁବତୀ। ହେଲେ ହଷ୍ଟେଲ ବନ୍ଦ୍ ଥିବାରୁ ସେ RPF ଥାନାକୁ ଆଣିଥିଲେ। ନିରଞ୍ଜନ ତାଙ୍କୁ ନିଜ ରୁମକୁ ନେଇ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନିରଞ୍ଜନଙ୍କୁ ଗିରଫ କରିଛି।



