TT Ads

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର, ୮/୧(ଓଡ଼ିଶା ଜାଗରଣ) : ରାଜ୍ୟରେ ଆଇନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଆଗରୁ ଯେଉଁ କଥା ଘଟୁ ନ ଥିଲା ଏବେ ବେଳକୁ ବେଳ ତାହା ଘଟିବାର ଲାଗିଛି। ଯେତେବେଳେ ଆମେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବାରେ ଲାଗିଛି ସେହି ସମୟରେ ଖୋଦ୍ ରାଜଧାନୀର ଛାତି ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି। ସେହିଭଳି ଖୋଦ୍ ପୁଲିସ asi ଯୁବତୀଙ୍କୁ ଅସଦାଚରଣ କରିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଏ ତ ଥିଲା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି। ଏଥିରୁ ଅନୁମାନ କରନ୍ତୁ ପୂରା ରାଜ୍ୟର ଅବସ୍ଥା। ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରି କହିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଗତ କିଛି ଦିନ ହେଲା ରାଜ୍ୟରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ବୋଲି କହିଛନ୍ତି ଶ୍ରୀ ସ୍ଵାଇଁ। ଅପରପକ୍ଷେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପୂର୍ବରୁ ଅପରାଧୀମାନେ ଅପରାଧ ଘଟାଇ ଖସି ଯାଉଥିଲେ। କିନ୍ତୁ ଏବେ ଯେଉଁମାନେ ବି ଅପରାଧ ଘଟାଇବା ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପ୍ରକାଶ ଥାଉ ଯେ ରସୁଲଗଡ଼ ନିକଟରେ ଘଟିଥିବା ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

TT Ads

Leave a Reply

Your email address will not be published. Required fields are marked *