TT Ads

୬୨ ଜଣ ଆହତଙ୍କୁ ଉଦ୍ଧାର ପରେ ଏବେ ବି ମଟିତଳେ ରହିଛି ଅନେକଙ୍କ ଜୀବନ
ନୂଆଦିଲ୍ଲୀ, ୭/୧: ମଙ୍ଗଳବାର ସକାଳେ ତିବ୍ବତରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସ। କରାଯାଉଛି। ଏବେ ବି ଅନେକ ଲୋକ ମାଟିତଳେ ଚାପିହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ମିଟର ସ୍କେଲରେ ଭୂକମ୍ପର ୭.୧ ରେକର୍ଡ କରାଯାଇଛି।
ଘରୋଇ ଖବର ସଂସ୍ଥାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନେପାଳ ସୀମାନ୍ତ ତିଦ୍ଦତ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଭାରତର ଆସାମ, ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟ କେତେକାଂଶରେ ଅନୁଭୂତ ହୋଇଥିଲା। NCS (national centre for seismology) ର ସୂଚନା ଅନୁଯାୟୀ ସକାଳ ୬ଟା ୩୫ ମିନିଟରେ ଏହା ଅନୁଭୂତ ହୋଇଥିଲା।

TT Ads

Leave a Reply

Your email address will not be published. Required fields are marked *