ମେଜର ଓ ବାନ୍ଧବୀଙ୍କୁ ଅସଦ ବ୍ୟବହାର ନେଇ କମିଶନଙ୍କ ଶୁଣାଣି ଆରମ୍ଭ
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ଅସଦ ବ୍ୟବହାର ନେଇ କମିଶନଙ୍କ ପ୍ରରମ୍ଭିକ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ତଦନ୍ତ କମିସନ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଲେ କମିସନ। ୧୮ ତାରିଖରେ ଉଭୟ ପକ୍ଷର ସାକ୍ଷୀମାନଙ୍କୁ ଡକାଯିବ ବୋଲି କହିଛନ୍ତି ତଦନ୍ତ କମିଶନ୍ ସଚିବ ଶୁଭେନ୍ଦ୍ର ମହାନ୍ତି। ଏହାପରେ ତଦନ୍ତ କମିସନର ଜେରା ପାଇଁ ସମୟ ଧାର୍ଯ୍ୟ କରିବେ। ୫୨୫ଟି ଆପିଡେବିଟ ଆସିଥିଲା ୪୫ଟି ଆପିଡେବିଟକୁ ସିଲେକ୍ସନ କରିଛନ୍ତି ତଦନ୍ତ କମିସନ।


