ଯାତ୍ରାମଞ୍ଚରେ ଅଶ୍ଳୀଳତାକୁ ନା
ଭୁବନେଶ୍ୱର, (ଓଡ଼ିଶା ଜାଗରଣ ନ୍ୟୁଜ୍) : ଆଉ ଯାତ୍ରାମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ କିମ୍ବା ଦୃଶ୍ୟ। ଏ ନେଇ ରାଜ୍ୟ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି। ଯାତ୍ରାମଞ୍ଚରେ ଅଶ୍ଳୀଳତା ବନ୍ଦ୍ ପାଇଁ ରାଜ୍ୟସରକାର ଆଣିବାକୁ ଯାଉଛନ୍ତି ମାର୍ଗଦର୍ଶିକା। କେତେ ମାତ୍ରାରେ ନଗ୍ନତାକୁ ଅଶ୍ଳୀଳତା ବୋଲି ବିଚାର କରାଯିବ ସେ ନେଇ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ବିଧାନସଭାରେ ଏ ନେଇ ଲିଖିତ ଭାବେ ଅବଗତ କରିଛନ୍ତି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍।
ତେବେ ଡାଇଲଗରେ ମଧ୍ୟ ନିୟନ୍ତ୍ରଣ ରଖାଯିବ ବୋଲି ଜଣା ପଡିଛି। ହାସ୍ୟରସ ଆଳରେ ଅଶ୍ଳୀଳ ଦ୍ବିଅର୍ଥବୋଧ ଡାଇଲଗ ମଧ୍ୟ ମଞ୍ଚରେ ଆଉ ଚଳିବ ନାହିଁ। ଯେଉଁମାନେ ବା ଯେଉଁ ସଂସ୍ଥା ଏହାକୁ ଅବମାନନା କରିବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହା ଯାଇଛି। ତେବେ ଏସବୁ ପରେ ଲୋକଙ୍କ ମନୋରଞ୍ଜନ ଓ ସଂସ୍କୃତିର ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଛି।



