ଅନେକ ସମୟରେ ନବଜାତ ଶିଶୁକୁ ନେଇ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳେ। ପିଲାର ବିକୃତ ରୂପକୁ ଦେଖି ଅନେକ ରାକ୍ଷାସ ପିଲା ଏବଂ ଏଲିଅନ ସନ୍ତାନ ବୋଲି କହିଥାନ୍ତି। କିନ୍ତୁ ଏହା ପଛରେ ରହିଥାଏ ଡାକ୍ତରୀ କାରଣ। କେଉଁ ସ୍ୱାସ୍ଥ୍ୟଗତ କାରଣ ପାଇଁ ଏଭଳି ଶିଶୁ ଜନ୍ମ ହୋଇଥାନ୍ତି ଆସନ୍ତୁ ଜାଣିବା।
ଗତ ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ରିୱା ଜିଲ୍ଲା ତେଓଁଥର ତହସିଲର ଢକରା ସୋନୌରୀ ଗାଁର ପ୍ରିୟଙ୍କା ପଟେଲ ଜନ୍ମ ଦେଇଥିବା ଶିଶୁକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପିଲା ସ୍ୱାଭାବିକ ଭାବରେ ଦେଖାଯାଉ ନ ଥିଲା ବରଂ ଅନ୍ୟଗ୍ରହ ଅର୍ଥାତ୍ ଏଲିଅନ୍ ପରି ଦେଖାଯାଉଥିଲା। ଯାହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଥିଲା।
ଡାକ୍ତରଙ୍କ କହିବା ଅନୁସାରେ, ଶରୀରର ଚର୍ମଗୁଡ଼ିକ ଫାଟି ଯାଇଥିଲା। ଯାହା ଦେଖିବାକୁ ଏକ ଏଲିଅନ ପରି ଥିଲା। ଶିଶୁଟିର ଅବସ୍ଥା ଗମ୍ଭୀର ହେବା ପରେ ଡାକ୍ତରମାନେ ତାକୁ ରିୱାର ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।
ଅପରପକ୍ଷେ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ଶିଶୁ ରୋଗ ବିଭାଗର ଡାକ୍ତର ନବୀନ କୁମାରଙ୍କ କହିବା ଅନୁସାରେ ନବଜାତକ ଶିଶୁଟି ଏକ ଦୁର୍ଲଭ ରୋଗରେ ପୀଡିତ, ଯାହାକୁ ମେଡିକାଲ ଭାଷାରେ “ହାର୍ଲେକ୍ୱିନ୍ ଇକଥିଓସିସ୍’ କୁହାଯାଏ। ଶିଶୁ ଗର୍ଭରେ ଥିବା ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। ଜିନ୍ କାରଣରୁ ଏହି ରୋଗ ହେଲେ ଶିଶୁର ଚର୍ମ ମୋଟା ହୋଇ ଫାଟି ଯାଇଥାଏ।
ହାର୍ଲେକ୍ୱିନ୍ ଇକଥିଓସିସ୍ ହେଉଛି ଇକଥିଓସିସ୍ ବର୍ଗର ସବୁଠାରୁ ଗମ୍ଭୀର ରୋଗ। ଯାହା ଏକ ଚର୍ମ ରୋଗ ଅଟେ। ଏଥିରେ ଶରୀରର ପ୍ରାୟ ସମସ୍ତ ଅଂଶରେ ଚର୍ମ ମୋଟା ହୋଇଯାଏ ଏବଂ ହୀରା ଆକୃତିର ପ୍ଲେଟରେ ବିଭକ୍ତ ହୋଇଯାଏ। ଯାହା ଗଭୀର ଫାଟ ଦ୍ୱାରା ଅଲଗା ହୋଇଥାଏ। ଏହି କଠୋର ଚର୍ମ ଶିଶୁର ଆଖିପତା, ନାକ, ପାଟି ଏବଂ କାନର ଆକୃତିକୁ ପ୍ରଭାବିତ କରେ ଏବଂ ହାତ ଓ ଗୋଡର ଗତିକୁ ସୀମିତ କରିଦିଏ। ଏହି ରୋଗରେ ପୀଡିତ ନବଜାତ ଶିଶୁଙ୍କୁ ତୁରନ୍ତ ନିଓନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଯତ୍ନ ନେବା ଆବଶ୍ୟକ।