ଲୁଟିବା ପାଇଁ ଜଣଙ୍କ ପରେ ଜଣଙ୍କୁ ବିବାହ କରୁଥିଲେ। ବିବାହ ପରେ ବରଘରୁ ସମ୍ପତ୍ତି ଧରି ଚମ୍ପଟ ମାରିଥିଲେ। ରାଜସ୍ଥାନ ମାଧୋପୁର ପୋଲିସ ଅନୁରାଧା ପାଶୱାନ ନାମ୍ନୀ ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି।
ଅନୁରାଧା ଥିଲେ ନକଲି ବିବାହ ଗ୍ୟାଙ୍ଗର ନେତା, ଯିଏ ଲୋକଙ୍କ ବିଶ୍ୱାସ ଏବଂ ଟଙ୍କା ଠକିବା ପାଇଁ ଜଣାଶୁଣା। ଅନୁରାଧାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କର ଫଟୋ ଏବଂ ପ୍ରୋଫାଇଲକୁ ସମ୍ଭାବ୍ୟ ବରଙ୍କ ପାଖକୁ ନେଇ ଏକ ଆଦର୍ଶ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତି। ବିବାହ ପ୍ରସ୍ତୁତକାରୀ, ମୂଳତଃ ଜଣେ ଗ୍ୟାଙ୍ଗ ସଦସ୍ୟ, ବିବାହ ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କା ନିଅନ୍ତି। ଚୁକ୍ତିନାମା ସ୍ଥିର ହେବା ପରେ, ଏକ ବିବାହ ସମ୍ମତି ପତ୍ର ପ୍ରସ୍ତୁତ କରାଯାଏ।
ଦମ୍ପତି ରୀତିନୀତି ଅନୁସାରେ ମନ୍ଦିରରେ କିମ୍ବା ଘରେ ପ୍ରତିଜ୍ଞା ନିଅନ୍ତି। ଏବଂ ତା’ପରେ ନାଟକ ଆରମ୍ଭ ହୁଏ। ବର ଏବଂ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ବହୁତ ସୁନ୍ଦର ଏବଂ ସରଳ ବ୍ୟବହାର କରନ୍ତି ଅନୁରାଧା। ସେମାନଙ୍କ ବିଶ୍ୱାସ ଜିତିବା ପାଇଁ, ସେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରନ୍ତି। କିଛି ଦିନ ମଧ୍ୟରେ, ସେ ତାଙ୍କର ଯୋଜନାର ଶେଷ କାର୍ଯ୍ୟ କାର୍ଯ୍ୟକାରୀ କରନ୍ତି। ଖାଦ୍ୟରେ ନିଶା ଦେଇ ଅଳଙ୍କାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇ ପଳାଇଥାଆନ୍ତି।
୨୫ ଜଣ ପୀଡିତଙ୍କ ମଧ୍ୟରୁ ଜଣେ ବିଷ୍ଣୁ ଶର୍ମା ବିବାହ ପାଇଁ ଋଣ ନେଇଥିଲେ।
ଏପ୍ରିଲ ୨୦ ତାରିଖରେ ସୱାଇ ମାଧୋପୁରର ବାସିନ୍ଦା ବିଷ୍ଣୁ ଶର୍ମା ମଧ୍ୟପ୍ରଦେଶର ଅନୁରାଧାଙ୍କୁ ବିବାହ କରିଥିଲେ। ଦଲାଲ ପପ୍ପୁ ମୀନାଙ୍କ ମାଧ୍ୟମରେ ବିବାହ ସ୍ଥିର କରାଯାଇଥିଲା। ଯାହା ପାଇଁ ବିଷ୍ଣୁ ତାଙ୍କୁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ।
ବିବାହର ଦୁଇ ସପ୍ତାହ ମଧ୍ୟରେ, ଶ୍ରୀମତୀ ପାସୱାନ ୧.୨୫ ଲକ୍ଷ ଟଙ୍କାର ଅଳଙ୍କାର, ୩୦,୦୦୦ ଟଙ୍କା ନଗଦ ଏବଂ ୩୦,୦୦୦ ଟଙ୍କାର ଏକ ମୋବାଇଲ୍ ଫୋନ୍ ନେଇ ପଳାଇ ଯାଇଥିଲେ। ଏ ନେଇ ଶ୍ରୀ ଶର୍ମା କହିଛନ୍ତି ଯେ, ସେ ଏକ ହାତଗାଡ଼ି ଚଲାନ୍ତି। ସେ ଋଣ ନେଇ ବିବାହ କରିଥିଲେ। ସେ ଏକ ମୋବାଇଲ୍ ମଧ୍ୟ ଉଧାର ନେଇଥିଲି। ସେ ତାହା ମଧ୍ୟ ଅନୁରାଧା ନେଇଯାଇଥିଲା। ଶ୍ରୀ ଶର୍ମା କେବେ ଅନୁଭବ କରିନଥିଲେ ଯେ ଅନୁରାଧା ତାଙ୍କୁ ଠକିବ।
ଅନୁରାଧା ତାଙ୍କ ଘରୁ ବାହାରିଥିବା ରାତିକୁ ମନେ ପକାଇ ଶ୍ରୀ ଶର୍ମା କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଫେରିଥିଲେ ଏବଂ ରାତ୍ରୀ ଭୋଜନ ପରେ ଶୀଘ୍ର ଶୋଇପଡ଼ିଥିଲେ। ଶ୍ରୀ ଶର୍ମା ସାଧାରଣତଃ ଅଧିକ ଶୋଇ ନଥାଏ, କିନ୍ତୁ ସେହି ରାତିରେ ସେ ନିଘୋଡ଼ ନିଦରେ ଶୋଇଥିଲା। କାରଣ ଅନୁରାଧା ତାଙ୍କୁ ନିଦ ବାଟିକା ଦେଇ ଥିଲେ। ଶ୍ରୀ ଶର୍ମାଙ୍କ ମାଆ ମଧ୍ୟ ଅନୁରାଧାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଶର୍ମା ପରିବାର ପୋଲିସରେ ଅଭିଯୋଗ କରିଥିଲେ।


