Pakistan Actor deny pahalgam
ଭାରତର ଜମ୍ମୁ-କଶ୍ମୀରଠାରେ ଥିବା ଅନ୍ୟତମ ପର୍ଯ୍ୟଟନସ୍ଥଳି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ପାକିସ୍ତାନୀ ସିନେ କଳାକାର। ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିବା ସହ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଛନ୍ତି, ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ମୁଁ ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି। ତେବେ ଫୱାଦଙ୍କ ବ୍ୟତୀତ ପାକ୍ ଅଭିନେତ୍ରୀ ହାନିଆ ଅମୀର, ମାୱରା ହୋକେନଙ୍କ ଭଳି କଳାକାର ମଧ୍ୟ ଏହି ଘଟଣାର ଦୃଢ଼ ନିନ୍ଦା କରିଥିବା ଜଣାପଡ଼ିଛି।
ପ୍ରକାଶ ଥାଉ କି ଏହି କଳାକରଙ୍କ ବଲିଉଡ ଚଳଚ୍ଚିିତ୍ର ‘ଅବୀର ଗୁଲାଲ’ ନିର୍ମିତ ହୋଇଥିଛି। ଯେଉଁଥିରେ ବାଣୀ କପୁର, ସୋନି ରଜଦାନ ଏବଂ ରିଦ୍ଧି ଡୋଗ୍ରା ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମ ଆସନ୍ତା ୯ରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହାର ରିଲିଜ ଅଟକିପାରେ ବୋଲି କୁହାଯାଉଛି। ପୂର୍ବରୁ ପାକ୍ ଅଭିନେତା ଫୱାଦଙ୍କ ବଲିଉଡରେ ଏଣ୍ଟ୍ରିକୁ ଲୋକେ ପସନ୍ଦ କରୁ ନ ଥିବା ବେଳେ ଏବେ ପହଲଗାମ୍ ଆକ୍ରମଣ ପରେ ତାଙ୍କର ଫିଲ୍ମ ରିଲିଜ୍ କରାଇଦେବୁ ନାହିଁ ବୋଲି କହିବା ଆରମ୍ଭ କରିଛନ୍ତି।
ବୁଧବାର ଏକ ବିବୃତିରେ, ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (ଏଫଡବ୍ଲୁଆଇସିଇ) ପୁଣି ଥରେ ଭାରତୀୟ ଫିଲ୍ମ ଏବଂ ମନୋରଞ୍ଜନ ଶିଳ୍ପକୁ ସମସ୍ତ ପାକିସ୍ତାନୀ କଳାକାର, ଗାୟକ ଏବଂ ଟେକ୍ନିସିଆନଙ୍କ ସହ କାମ ନ କରିବାକୁ ଆହ୍ୱାନ ଦେଇଛି।
ଏଫଡବ୍ଲ୍ୟୁଆଇସିଇ କହିଛି ଯେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶ ସତ୍ତ୍ୱେ, ହିନ୍ଦୀ ଫିଲ୍ମ ‘ଅବୀର ଗୁଲାଲ୍’ ରେ ପାକିସ୍ତାନୀ ଅଭିନେତା ଫୱାଦ ଖାନ୍ କାମ କରୁଥିବା ବିଷୟରେ ସୂଚନା ମିଳିଛି। ପହଲଗାମରେ ହୋଇଥିବା ଆକ୍ରମଣ ପରେ ଆମେ ଭାରତୀୟ ଚଳଚ୍ଚିତ୍ର କିମ୍ବା ମନୋରଞ୍ଜନ ପ୍ରକଳ୍ପରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାର, ଗାୟକ ଏବଂ ଟେକ୍ନିସିଆନଙ୍କୁ ସମ୍ପୂର୍ଣ୍ଣ ବାସନ୍ଦ କରିବାକୁ ଆହ୍ୱାନ ଦେଇଛୁ। ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ଲୋକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ୫ ଲକ୍ଷରୁ ଅଧିକ ସଦସ୍ୟ ଥିବା ଏଫଡବ୍ଲ୍ୟୁଆଇସିଇ ଚେତାବନୀ ଦେଇଛି।
Pakistan Actor deny pahalgam



Very good https://lc.cx/xjXBQT
Very good https://lc.cx/xjXBQT
Awesome https://t.ly/tndaA
Good https://rb.gy/4gq2o4