TT Ads
ଅଧିକାଂଶ କର୍ପୋରେଟ୍‌ କର୍ମଚାରୀଙ୍କ ଭିତରେ ଏକ ପ୍ରକାର ଭିଟାମିନ୍‌ର ଅଭାବ ଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଭିଟାମିନ ବି-୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି। ଭିଟାମିନ ବି-୧୨ ଆମ ଶରୀରରେ ଶକ୍ତି ଓ ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।
ମୋଟ ୪,୪୦୦ ଜଣଙ୍କ ମତାମତକୁ ଭିତ୍ତି କରି ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।  ୩,୩୩୮ ଜଣ ପୁରୁଷ ଓ ୧୦୫୯ ଜଣ ମହିଳାଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏମାନେ ସମସ୍ତେ ସହରାଞ୍ଚଳରେ ଥିବା ବିଭିନ୍ନ କର୍ପୋରେଟ ଜଗତ ସହ ଜଡିତ। ସେମାନଙ୍କ ମତାମତକୁ ଆଧାର କରି ମେଡିବଡୀ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।
ଆଜିର ଦିନରେ ଆମେ ଅଧିକାଂଶ କର୍ପୋରେଟ୍‌ ସେକ୍ଟରରେ କାମ କରିଥାଉ। ଚାହିଦା ଅନୁସାରେ କାମର ସୂଚୀ, ଖାଇବାର ବଦ ଅଭ୍ୟାସ ଓ ଅଧିକ ମାତ୍ରାର ଚିନ୍ତା ଯୋଗୁ କର୍ପୋରେଟ ଜଗତ ସହ ଜଡିତ କର୍ମଚାରୀମାନେ ଜରୁରୀ ପୋଷଣ ନେବାକୁ ଭୁଲି ଯାଆନ୍ତି। ପୋଷଣ ଅଭାବର ଲକ୍ଷଣ ଦେଖା ନ ଯିବା ଯାଏ ସେମାନେ ନିଜ ଶରୀର କଥା ଚିନ୍ତା କରନ୍ତି ନାହିଁ। କର୍ପୋରେଟ କର୍ମଚାରୀମାନେ ନିଜର ଡାଏଟକୁ ଖୁବକମ ଧ୍ୟାନ ଦେବା ହିଁ ଭିଟାମିନ ୧୨ର ଅଭାବର ପ୍ରମୁଖ କାରଣ।
ଏହା ବ୍ୟତୀତ ଡାଏଟିସିଆନଙ୍କ କହିବା କଥା ଯେ ଭିଟାମିନ-୧୨ ସାଧାଣତଃ ପ୍ରାଣୀଜ ଉତ୍ପାଦରୁ ମିଳିଥାଏ। ନିରାମିଷ ଖାଇବା ଦ୍ୱାରା ଭିଟାମିନ ବି-୧୨ ଅଭାବର ଆଶଙ୍କା ଅଧିକ ରହିଛି। ନିୟମିତ ଭାବେ ପିଜା, ବର୍ଗର ଭଳି ଅତ୍ୟଧିକ ଓଭର ପ୍ରୋସେସଡ ଖାଦ୍ୟ, ମଦ ଓ ଅତ୍ୟଧିକ ଚା’ ଏବଂ କଫି ପ୍ରଭାବଶାଳୀ ଢଙ୍ଗରେ ବି-୧୨କୁ ଶରୀରରେ ବୃଦ୍ଧି କରିବାକୁ ଦେଉ ନାହିଁ।
କର୍ପୋରେଟ ଜଗତ ସହ ଜଡିତ କର୍ମଚାରୀମାନେ ଅତ୍ୟଧିକ ଚିନ୍ତାରେ ରହୁଥିବାରୁ ଏହା କୋଲେଷ୍ଟରଲ ସ୍ତରରୁ ଶରୀରରେ ବୃଦ୍ଧି କରିଥାଏ। ଫଳସ୍ୱରୂପ ଶରୀରରେ ବି-୧୨ ସ୍ତରକୁ ହ୍ରାସ ହୋଇଥାଏ।
ଟାମିନ ବି-୧୨ ଅଭାବର ପ୍ରାରମ୍ଭିକ ସଙ୍କେତ
୧- ଶରୀର ବିନ୍ଧିବା ଓ ମାଂସପେଶୀ ଦୁର୍ବଳ ଲାଗିବା, ୨- ହାତ ଓ ପାଦରେ ଝିମଝିମ ଅନୁଭବ ହେବା, ୩- ସ୍ମରଣ ଶକ୍ତିରେ ସମସ୍ୟା ଓ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ଭୋଗିବା, ୪- ବିଚଳିତ, ବିରକ୍ତ ଲାଗିବା ଓ ହତାଶା ଭାବ ଅନୁଭବ କରିବା, ୫- ହାଲିଆ ଲାଗିବା ଓ ଶ୍ୱାସକ୍ରିୟାରେ ସମସ୍ୟା ହେବା, ୬- ଥକ୍କା, ଦୁର୍ବଳତା, ବାନ୍ତି, ଝାଡ଼ା ରୋଗରେ ପୀଡିତ ହେବା, ୭- ଜିଭରେ ଥିବା ଲାଲ୍‌ ଫୁଲା ମଧ୍ୟ ଭିଟାମିନ୍‌ ବି-୧୨ ଅଭାବର ଲକ୍ଷଣ। ଏହି ସବୁ ଲକ୍ଷଣକୁ ଆମେ ସାଧାରଣତଃ କାମ ଜନିତ ଚାପ ବା ପରିଶ୍ରମ ପାଇଁ ହେଉଥିବା କହି ଅଣଦେଖା କରିଥାଉ। କିନ୍ତୁ ବାରମ୍ବାର ଘୋଳାବିନ୍ଧା କିମ୍ବା ଅନ୍ୟ ଯେକୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
OJ Ads

One Reply to “୫୭ ପ୍ରତିଶତ କର୍ପୋରେଟ ଚାକିରିଆଙ୍କର କେଉଁ ଭିଟାମିନ୍‌ ଅଭାବ ?”

Leave a Reply

Your email address will not be published. Required fields are marked *