TT Ads

ଶନିବାର ସକାଳେ ଭାରତରେ ୟୂପିଆଇ (ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍) ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉପଭୋକ୍ତାମାନେ ଡିଜିଟାଲରେ ଆର୍ଥିକ କାରବାର କରିପାରିଲେ ନାହିଁ। ମାସକ ମଧ୍ୟରେ ସାରାଦେଶରେ ତୃତୀୟ ଥର ପାଇଁ ଏହି ସମସ୍ୟା ଦେଖାଦେଇଥିଲା। ଏହା ଦ୍ବାରା ବ୍ୟବସାୟଙ୍କୁ ପ୍ରଭାବିତ କରିଛି। ସୁଗମ ଟଙ୍କା କାରବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଦୈନନ୍ଦିନ ସେବା ବାଧାପ୍ରାପ୍ତ ହୋଇଛି
ଡାଉନଡିଟେକ୍ଟର ରିପୋର୍ଟ ଅନୁଯାୟୀ , ଏହି ସମସ୍ୟା ବ୍ୟାପକ, ଅପରାହ୍ନ ସୁଦ୍ଧା ପ୍ରାୟ ୧୧୬୮ ଅଭିଯୋଗ ଦାଖଲ ହୋଇଛି। ଗୁଗଲ ପେ ବ୍ୟବହାରକାରୀମାନେ ୯୬ ଟି ସମସ୍ୟା ବିଷୟରେ ଅଭିଯୋଗ କରିଥିବା ବେଳେ ପେଟିଏମ ବ୍ୟବହାରକାରୀମାନେ ୨୩ ଟି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି। ଏହି ବାଧା ପଛର କାରଣ ଏପର୍ଯ୍ୟନ୍ତ ଅଜଣା।
ଏହି ସମୟରେ, ଏନପିସିଆଇ ବ୍ୟବହାରକାରୀମାନେ କାରବାର ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟରେ ଏକ ସରକାରୀ ବିବୃତ୍ତି ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ଏନପିସିଆଆଇ ବର୍ତ୍ତମାନ ସାମୟିକ ଭାବରେ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି। ଯାହା ଫଳରେ ୟୂପିଆଇ କାରବାର ଆଂଶିକ ହ୍ରାସ ପାଇଛି। ଆମେ ସମସ୍ୟାର ସମାଧାନ ପାଇଁ କାମ କରୁଛୁ ଏବଂ ଆପଣଙ୍କୁ ଅପଡେଟ୍ ରଖିବୁ। ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କୁହାଯାଇଛି।

ଆନ୍ଧ୍ର, ତେଲେଙ୍ଗାନା ପରେ ଓଡ଼ିଶା ଉପରେ ପଶ୍ଚିମବଙ୍ଗର ନଜର

TT Ads

Leave a Reply

Your email address will not be published. Required fields are marked *