ଶନିବାର ସକାଳେ ଭାରତରେ ୟୂପିଆଇ (ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍) ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉପଭୋକ୍ତାମାନେ ଡିଜିଟାଲରେ ଆର୍ଥିକ କାରବାର କରିପାରିଲେ ନାହିଁ। ମାସକ ମଧ୍ୟରେ ସାରାଦେଶରେ ତୃତୀୟ ଥର ପାଇଁ ଏହି ସମସ୍ୟା ଦେଖାଦେଇଥିଲା। ଏହା ଦ୍ବାରା ବ୍ୟବସାୟଙ୍କୁ ପ୍ରଭାବିତ କରିଛି। ସୁଗମ ଟଙ୍କା କାରବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଦୈନନ୍ଦିନ ସେବା ବାଧାପ୍ରାପ୍ତ ହୋଇଛି
ଡାଉନଡିଟେକ୍ଟର ରିପୋର୍ଟ ଅନୁଯାୟୀ , ଏହି ସମସ୍ୟା ବ୍ୟାପକ, ଅପରାହ୍ନ ସୁଦ୍ଧା ପ୍ରାୟ ୧୧୬୮ ଅଭିଯୋଗ ଦାଖଲ ହୋଇଛି। ଗୁଗଲ ପେ ବ୍ୟବହାରକାରୀମାନେ ୯୬ ଟି ସମସ୍ୟା ବିଷୟରେ ଅଭିଯୋଗ କରିଥିବା ବେଳେ ପେଟିଏମ ବ୍ୟବହାରକାରୀମାନେ ୨୩ ଟି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି। ଏହି ବାଧା ପଛର କାରଣ ଏପର୍ଯ୍ୟନ୍ତ ଅଜଣା।
ଏହି ସମୟରେ, ଏନପିସିଆଇ ବ୍ୟବହାରକାରୀମାନେ କାରବାର ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟରେ ଏକ ସରକାରୀ ବିବୃତ୍ତି ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ଏନପିସିଆଆଇ ବର୍ତ୍ତମାନ ସାମୟିକ ଭାବରେ ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି। ଯାହା ଫଳରେ ୟୂପିଆଇ କାରବାର ଆଂଶିକ ହ୍ରାସ ପାଇଛି। ଆମେ ସମସ୍ୟାର ସମାଧାନ ପାଇଁ କାମ କରୁଛୁ ଏବଂ ଆପଣଙ୍କୁ ଅପଡେଟ୍ ରଖିବୁ। ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କୁହାଯାଇଛି।

ଆନ୍ଧ୍ର, ତେଲେଙ୍ଗାନା ପରେ ଓଡ଼ିଶା ଉପରେ ପଶ୍ଚିମବଙ୍ଗର ନଜର

ଷ୍ଟକ୍ ବଜାର ଠକେଇ ଏବଂ ନିୟାମକ ଉଲ୍ଲଂଘନ ଅଭିଯୋଗରେ ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଏବଂ ଅନ୍ୟ ୫ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ପାଇଁ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)କୁ ମୁମ୍ବାଇର ସ୍ଵତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶରେ ଏହା ଏକ ଧର୍ତ୍ତଵ୍ୟ ଅପରାଧ ବୋଲି ଉଲ୍ଲେଖ ରହିଛି

ବୁଚଙ୍କ ସମେତ ବିଏସଇର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦରରାମଣ ରାମମୂର୍ତ୍ତି, ଏହାର ତତ୍କାଳୀନ ଅଧ୍ୟକ୍ଷ ଏବଂ ଜନସ୍ୱାର୍ଥ ନିର୍ଦ୍ଦେଶକ ପ୍ରମୋଦ ଅଗ୍ରୱାଲ ଏବଂ ସେବିର ତିନି ପୂର୍ଣ୍ଣକାଳୀନ ସଦସ୍ୟ ଅଶ୍ୱନୀ ଭାଟିଆ, ଅନନ୍ତ ନାରାୟଣ ଜି ଏବଂ କମଲେଶ ଚନ୍ଦ୍ର ଭାର୍ଷ୍ଣେଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ତଦନ୍ତ ୩୦ ଦିନ ମଧ୍ୟରେ ଏକ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ହେବ। ଜଣେ ଗଣମାଧ୍ୟମ ପ୍ରତିନିଧି, ପ୍ରସ୍ତାବିତ ଅଭିଯୁକ୍ତଙ୍କ ଦ୍ୱାରା ଏ ଅପରାଧର ତଦନ୍ତ ପାଇଁ ଆବେଦନ କରାଯାଇଥିଲା। ଯେଉଁଥିରେ ବଡ଼ ଧରଣର ଆର୍ଥିକ ଠକେଇ, ନିୟାମକ ଉଲ୍ଲଂଘନ ଏବଂ ଦୁର୍ନୀତି ଅନ୍ତର୍ଭୁକ୍ତ। ଅଭିଯୋଗଗୁଡ଼ିକ ସେବୀ ଆଇନ, ୧୯୯୨ ଏବଂ ତଦନୁଯାୟୀ ନିୟମ ଏବଂ ନିୟମାବଳୀ ଅନୁଯାୟୀ ପାଳନ ନକରି ନିୟାମକ କର୍ତ୍ତୃପକ୍ଷ, ବିଶେଷକରି ସେବିଙ୍କ ସକ୍ରିୟ ସହଯୋଗରେ ଷ୍ଟକ୍ ଏକ୍ସଚେଞ୍ଜରେ ଏକ କମ୍ପାନୀର ପ୍ରତାରଣାମୂଳକ ତାଲିକାଭୁକ୍ତ କରିବା ସହିତ ଜଡିତ।