ତାମିଲନାଡୁର ରାଣୀପେଟ ସହରରେ ନୂତନ ଭାବରେ ନାମିତ ହୋଇଥିବା ରାଜାଦିତ୍ୟ ଚୋଳ ନିଯୁକ୍ତି ତାଲିମ କେନ୍ଦ୍ରରେ ଏକ ସିଆଇଏସଏଫ୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ୍ ଶାହ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ସ୍ତରରେ ତାମିଲ ମଧ୍ୟମ ଶିକ୍ଷାକୁ ବିସ୍ତାର କରିବାକୁ ଆହ୍ୱାନ କରିଥିଲେ।
ଶ୍ରୀ ଶାହ ଶୁକ୍ରବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ରାଜ୍ୟରେ ତାମିଲ ମାଧ୍ୟମରେ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ଅନୁରୋଧ କରିଛନ୍ତି। ତିନିଭାଷା ନୀତି ଅଧୀନରେ “ହିନ୍ଦୀ ପ୍ରବର୍ତ୍ତନ” ଉପରେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପରେ ଶାହଙ୍କ ଏହି ମନ୍ତବ୍ୟ ଷ୍ଟାଲିନଙ୍କୁ ବିଜେପିର ମାଷ୍ଟର ଷ୍ଟ୍ରୋକ ଭଳି ମନେ ହୋଇଛି।
ଶ୍ରୀ ଶାହ ଆହୁରି କହିଛନ୍ତି ଯେ, ତାମିଲନାଡୁର ସଂସ୍କୃତି ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ମଜଭୁତ କରିଛି। ପ୍ରଶାସନିକ ସଂସ୍କାର ହେଉ କି ଉଚ୍ଚ ଆଧ୍ୟାତ୍ମିକତା; ଶିକ୍ଷା କିମ୍ବା ଜାତୀୟ ଏକତା କ୍ଷେତ୍ରରେ ତାମିଲ ଭାଷା ବହୁ ଉଚ୍ଚରେ ରହିଛି। ସେହିଭଳି ଶାହ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ହିଁ ସୁନିଶ୍ଚିତ କରିଥିଲେ ଯେ,CAPF (କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ) ପରୀକ୍ଷା ତାମିଲ ଭାଷାରେ ମଧ୍ୟ ନିଆଯାଇପାରିବ। ମୁଁ ଏବେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଅନୁରୋଧ କରୁଛି ଯେ ତାମିଲ ଭାଷାରେ ମଧ୍ୟ MBBS ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରନ୍ତୁ ବୋଲି ଶାହ କହିଛନ୍ତି।


