TT Ads

ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡସେଙ୍କ ଝିଅ ଏବଂ ତାଙ୍କ ସାଙ୍ଗକୁ କେତେକ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ କେନ୍ଦ୍ର ମନ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସୋହମ ମାଲି।
ଖବର ନେବାରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ରର କୋଥାଇ ନଗର ଠାରେ ସନ୍ଥ ମୁକ୍ତାଇ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଝିଅମାନେ ଝୁଲା ନିକଟକୁ ଯାଇଥିଲେ ସେଠାରେ କିଛି ଯୁବକ ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଅନିକେତ ଭୁଇ, ପୀୟୂଷ ମୋରେ, ସୋହମ୍ କୋଡ଼ି, ଅନୁଜ ପାଟିଲ, ଚେତନ ଭୂଇ, ସଚିନ ପାଲରେ ଏବଂ କିରଣ ମାଡ଼ି ଝିଅମାନଙ୍କ ପିଛା କରି ତାଙ୍କୁ ଅସଦାଚରଣ କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଆନିକେତ ନାଁରେ ୪ଟି ମାମଲା ରହିଥିବା ବେଳେ ଅନ୍ୟମାନଙ୍କ ନାମରେ କୌଣସି ମାମଲା ନାହିଁ। ଅଭିଯୁକ୍ତଙ୍କ ନାଁ ରେ ପୋକସୋ ଆଇନ ଓ ଆଇଟି ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଅପରାଧୀମାନଙ୍କୁ ଚିହ୍ନଟ କରିଛନ୍ତି।

TT Ads

Leave a Reply

Your email address will not be published. Required fields are marked *