TT Ads

ସୁଦାନରେ ଏକ ଏକ ସାମରିକ ବିମାନ ଖସି ପଡିବାରୁ  ଘଟି ୪୬ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏହି ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଏହାପଛରେ ଗୃହଯୁଦ୍ଧର ପରିଣାମ ହୋଇପାରେ ବୋଲି ସନ୍ଦେହ କରାଯାଉଛି
ବିମାନଟି ମଙ୍ଗଳବାର ୱାଡି ସୟଦନା ଏୟାରବେସରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍‌ଟୋନୋଭ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉ କି ୨୦୨୩ ମସିହାରୁ ସୁଦାନରେ ଗୃହଯୁଦ୍ଧ ଲାଗିରହିଛି। ଏଠାରେ ସେନା ଏବଂ କୁଖ୍ୟାତ ଅର୍ଦ୍ଧସାମରିକ ଦଳ ରାପିଡ୍‌ ସପୋର୍ଟ ଫୋର୍ସ ମଧ୍ୟରେ ଉତ୍ତେଜନା ଯୁଦ୍ଧରେ ପରିଣତ ହୋଇଥିଲା। ଏହି ସଂଘର୍ଷ ସହରାଞ୍ଚଳ, ବିଶେଷକରି ଦାରଫୁର ଅଞ୍ଚଳକୁ ଧ୍ୱଂସ କରୁଛି ଏବଂ ଜାତିଗତ ହିଂସା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଜାତିସଂଘ ଏବଂ ଅନ୍ତର୍ଜାତୀୟ ଅଧିକାର ସଂଗଠନଗୁଡ଼ିକ ଏହି ଘଟଣାଗୁଡ଼ିକୁ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ବୋଲି କହିଛନ୍ତି।

TT Ads

Leave a Reply

Your email address will not be published. Required fields are marked *