TT Ads

କ୍ରିକେଟରେ ଇତିହାସ ରଚିଲେ ବିରାଟ କୋହଲି। କ୍ରିକେଟର ଭଗବାନ କୁହାଯାଉଥିବ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ। ଦିନିକିଆ କ୍ରିକେଟ୍‌ରେ କୋହଲି ଦ୍ରୁତତମ ୧୪ ହଜାର ରନ୍‌ ସ୍କୋର କରିବାରେ ବିଶ୍ୱର ପ୍ରଥମ ଖେଳାଳିର ମାନ୍ୟତା ହାସଲ କରିଛନ୍ତି

୨୯୯ତମ ଦିନିକିଆ ମ୍ୟାଚ୍‌ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ସଚିନ୍‌ ତେନ୍ଦୁଲକର ୩୫୦ତମ ଇନିଂସରେ ଏହି ରେକର୍ଡ କରିଥିଲେ। ସଚିନଙ୍କ ପରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦିନିକିଆରେ ୩୭୮ ଇନିଂସରେ ୧୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, କୋହଲି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ୨୨ ରନ୍ କରିଥିଲେ। ସେତେବେଳେ ସେ ଏହି ଐତିହାସିକ ରେକର୍ଡଠାରୁ ମାତ୍ର ୧୫ ରନ୍‌ ଦୂରରେ ଥିଲେ। କିନ୍ତୁ ଆଜି ସେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ୧୩ତମ ଓଭରର ଦ୍ୱିତୀୟ ବଲରେ ଚୌକା ମାରି କୋହଲି ଏହି ରେକର୍ଡ କରିଥିଲେ।
ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଏକ ରନ୍ କରିବା ମାତ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଓପନର ଭାବରେ ODIରେ ୯୦୦୦ ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ରୋହିତ ୧୮୧ଟି ଦିନିକିଆ ଇନିଂସରେ ଓପନର ଭାବରେ ଏହି ସଫଳତା ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ଯିଏ ୧୯୭ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

TT Ads

Leave a Reply

Your email address will not be published. Required fields are marked *