ଏକ ମର୍ମନ୍ତୁଦ ଦୁର୍ଘଟଣା ନେଇଛି ପୁଲିସ୍ ଅଫିସରଙ୍କ ଜୀବନ। ଟ୍ରକ୍ ଧକ୍କାରେ ଚାଲିଯାଇଛି ବାଲେଶ୍ଵର ଜିଲ୍ଲାରେ କାର୍ଯ୍ୟରତ ଜଣେ ଡିଏସପି ମୃତ୍ୟୁବରଣ କରିଛନ୍ତି।
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତଗତ ଚାନ୍ଦପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଡିଏସ୍ପିଙ୍କ ସମେତ ୨ ଜଣଙ୍କୁ ମୃତ୍ୟୁ ଘଟିଛି। ମୃତ ଡିଏସ୍ପି ହେଉଛନ୍ତି ବଳରାମ ନାୟକ। ବଳରାମ ନାୟକଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ। ସେ ଯାଜପୁରରେ ଜିଲ୍ଲାରେ ଡିଏସ୍ପି ଭାବେ କାର୍ଯ୍ୟରତ ଥିଲେ। ନିକଟରେ ଜଗତସିଂହପୁରକୁ ତାଙ୍କର ବଦଳି ହୋଇଥିଲା। ଆଜି ଯାଜପୁରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଫେରୁଥିଲେ। ତାଙ୍କର ଯାଜପୁରରୁ କାର୍ ଯୋଗେ କେନ୍ଦୁଝର ଜିଲ୍ଲା ନିଜ ଘରକୁ ଯିବା ସମୟରେ ପାଣିକୋଇଲି ନିକଟ ଚାନ୍ଦପୁର ଛକରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହ ଆଉଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


