TT Ads

ଜୋର ଜବରଦସ୍ତ ବଳପ୍ରୟୋଗ କରି ଅଥବା ନାଲି ଆଖି ଦେଖେଇ ଯେଉଁ କାମ କରାଯାଇ ନ ପାରେ; ବିଶ୍ୱାସକୁ ଜିତି, ଭଲପାଇ ତା’ଠୁ ବହୁଗୁଣ ଅଧିକ କାର୍ଯ୍ୟ ହାସଲ କରାଯାଇପାରିଥାଏ

ଗୁରୁ ଆରିଷ୍ଟୋଟଲଙ୍କର ଏହି କଥାଟିକୁ ସହଜରେ ବୁଝିପାରିଲେ ନାହିଁ ଶିଷ୍ୟ ଆଲେକ୍ଜାଣ୍ଡର ଏକଥା ଜାଣି ଆରିଷ୍ଟୋଟଲ ଆଲେକ୍ଜାଣ୍ଡରଙ୍କୁ ଗୋଟିଏ ଗ୍ରାମକୁ ନେଇଗଲେ । ସେହିଗ୍ରାମର ଲୋକମାନେ ବଣୁଆ ଘୋଡ଼ାଙ୍କୁ ବୋଲ ମନେଇବା ଲାଗି ସେମାନଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖୁଥିଲେ । ପ୍ରଚୁର ମାଡ଼ ମାରୁଥିଲେ । ଖାଇବାକୁ ପିଇବାକୁ ଦେଉ ନ ଥିଲେ । କିଛିଦିନ ପରେ ଘୋଡ଼ାଟି ଅସହାୟ ହୋଇ ମାଲିକର ବୋଲ ମାନୁଥିଲା । ସେ ଯାହା କହୁଥିଲା ତାହା କରୁଥିଲା । ଆରିଷ୍ଟୋଟଲ ସେମାନଙ୍କୁ କହିଲେ, ମୋତେ ଗୋଟେ ଅମଣିଆ ଘୋଡ଼ା ଦିଅ । ମୁଁ ତାହାକୁ ମାରଧର ନ କରି ବି ବୋଲ ମନେଇଦେବି । ଲୋକମାନେ ସେଇଆ କଲେ । ଆରିଷ୍ଟୋଟଲ ଘୋଡ଼ାଟିକୁ ନ ବାନ୍ଧି ମୁକ୍ତ କରିଦେଲେ । ତାକୁ ଖାଇବାକୁ ଦେଲେ । ପାଣି ପିଇବାକୁ ଦେଲେ । ତା’ ସହ ଖେଳିଲେ, କଥା ହେଲେ । ସେ ଯୁଆଡ଼େ ଗଲା ତା’ ସାଙ୍ଗରେ ଗଲେ । ଏମିତି କିଛି ଦିନ ଯିବା ପରେ ଦେଖାଗଲା, ଘୋଡ଼ାଟି କ୍ରମଶଃ ଆରିଷ୍ଟୋଟଲଙ୍କୁ ଖୋଜିବାରେ ଲାଗିଛି । ଯଦି ଆରିଷ୍ଟୋଟଲଙ୍କ ଆସିବା ଡେରି ହୋଇଯାଉଛି ଘୋଡ଼ାଟି ନିଜ ଆଡୁ ଯାଇ ତାଙ୍କ ନିକଟରେ ପହଞ୍ଚି ଯାଉଛି । ଆରିଷ୍ଟୋଟଲ ଠିଆ ହେବାକୁ କହିଲେ ସେ ଠିଆ ହେଉଛି । ବସିବାକୁ କହିଲେ ବସୁଛି ।

ଆରିଷ୍ଟୋଟଲ ଘୋଡ଼ାକୁ ବୋଲ ମନେଇ ଆଲେକ୍ଜାଣ୍ଡରଙ୍କୁ ଏହି ଶିକ୍ଷା ଦେଇଥିଲେ ଯେ, ଦଣ୍ଡ ନୁହେଁ ପ୍ରେମର ଶକ୍ତି ଅଧିକ ଆଉ ଚିରସ୍ଥାୟୀ ତେଣୁ ଦଣ୍ଡ ନୁହେଁ, ପ୍ରେମ ଦିଅ।

ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *