TT Ads

ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟ ଗୁଲୁମୁଣ୍ଡାପାକା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି

ସମସ୍ତ ମୃତକଙ୍କ ଘର ଅମ୍ପରା ଗାଁରେ ବୋଲି ଜଣା ପଡ଼ିଛି। ଆହତଙ୍କୁ ଏବେ ଗୁଣୁପୁର ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ମୃତକମାନେ ସମସ୍ତେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି।
ଖବର ନେବାରୁ ଜଣା ପଡ଼ିଛି ଯେ, ଏକ ନିର୍ମାଣାଧୀନ କାମ ପାଇଁ ଟ୍ରାକ୍ଟରଟି ଇଟା ବୋଝେଇ ହୋଇ ଆସୁଥିଲା। କିନ୍ତୁ ରାସ୍ତାରେ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଓଲଟି ପଡିଥିଲା। ଏଥିରେ ଥିବା ୩ ଜଣ ଶ୍ରମିକ ଓ ବାହାରେ କାମ କରୁଥିବା ୪ ଜଣ ଶ୍ରମିକଙ୍କ ଉପରେ ଇଟା ଗଦା ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବହିନୀଙ୍କୁ ଖବର ଦେବା ପରେ ଆଗ୍ନିକ ପହଞ୍ଚି ଆହତମାନଙ୍କୁ ପ୍ରଥମେ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନା ଓ ପରେ ଗୁଣୁପୁର ନେଇଥିଲେ। ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କୁ ଚିକିତ୍ସା କରୁଛନ୍ତି।

TT Ads

Leave a Reply

Your email address will not be published. Required fields are marked *