ଆଉ ଦିନକ ପରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍। ତେବେ ମଇଦାନରେ ଦୁଇ ଦେଶର ଖେଳାଳି ମୁକାବିଲା ପୂର୍ବରୁ ଖେଳ ଟିକେଟ୍ କଳା ବଜାରୀ ଅଭିଯୋଗରେ କଟକର ବିଭିନ୍ନ ସ୍ଥାନରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।
ସେମାନଙ୍କଠାରୁ ୨୫ଟି ଟିକଟ ଜବତ କରାଯାଇଥିବା ବେଳେ ୩୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏ ନେଇ ପୁଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କମିଶନରେଟ୍ ପୁଲିସର କହିବାନୁଯାୟୀ ଗିରଫ ୭ ଜଣଙ୍କ ମଧ୍ୟରୁ କ୍ୟାଣ୍ଟିନ୍ମେଣ୍ଟ ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦରଘାବଜାର ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ୟାଣ୍ଟିନ୍ମେଣ୍ଟ ଥାନା ପୁଲିସ ୩ଟି ମାମଲା ରୁଜୁ କରିଥିବା ବେଳେ ଦରଘାବଜାର ଥାନା ପୁଲିସ ଗୋଟିଏ ମାମଲା ରୁଜୁ କରିଛି।
ପ୍ରକାଶ ଥାଉ କି ଅଫ୍ଲାଇନ୍ ଟିକେଟ୍ ବିକ୍ରି ପାଇଁ ଫେବୃଆରୀ ୫ ତାରିଖ ଓ ୬ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪ ତାରିଖ ରାତିରୁ ଟିକେଟ୍ କିଣିବା ପାଇଁ ଷ୍ଟାଡିୟମ୍ ଆଗରେ ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଟିକେଟ୍ କାଉଣ୍ଟର ନିକଟରେ ସୁପରିକଳ୍ପିତ ବ୍ୟବସ୍ଥା କରାଯାଇ ନ ଥିଲା। ଏମିତି କି ପାନୀୟ ଜଳର ବ୍ୟବସ୍ଥା କରାଯାଇ ନ ଥିଲା। ଯେଉଁଥିପାଇଁ ଠେଲାପେଲାରେ ଅନେକ କ୍ରିକେଟ୍ ପ୍ରେମୀ ଟିକେଟ୍ ପାଇଁ ଆସି ଅଚେତ ହୋଇ ପଡ଼ିଥିଲେ। ଟିକେଟ୍ ବିକ୍ରି ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଦିନ ଅଧାରେ ହିଁ ଟିକେଟ୍ ସରି ଯାଇଥିଲା। ତେଣୁ ପୂର୍ବ ରାତିରୁ ଧାଡ଼ିରେ ଠିଆ ହୋଇଥିବା କ୍ରିକେଟ୍ ପ୍ରେମୀ ନିରାଶ ହୋଇ ଫେରିଥିଲେ।