TT Ads

ମଣିଷର ସବୁଠୁ ବଡ଼ ସମ୍ପଦ ହେଉଛି ପ୍ରତ୍ୟେକର ମୂଲ୍ୟ ବୁଝିବା। ଯିଏ ନିଜ ଅର୍ଜିତ ସମ୍ପତ୍ତିର ମୂଲ୍ୟ ବୁଝି ପାରେନି  ସେ ହୁଏତ ଧନୀ ହୋଇପାରେ; ମାତ୍ର ମହାନ ହୋଇ ପାରେନା

ଥରେ ବିଲ ଗେଟ୍ସ ତାଙ୍କ ଝିଅଙ୍କୁ ଧରି ଗୋଟିଏ ରେସ୍ତୋରାଁକୁ ଯାଇଥିଲେ । ଖାଇ ସାରିବା ପରେ ବିଲ ଗେଟ୍ସଙ୍କ ଝିଅ ୱେଟରକୁ ପାଞ୍ଚଶହ ଡଲାର ଟିପ୍ସ ବା ବକ୍ସିସ୍ ଦେଲେ । ୱେଟର ଜଣକ ଖୁବ୍ ଖୁସି ହୋଇଗଲେ ଓ ଭାବିଲେ, ବିଲ ଗେଟ୍ସଙ୍କ ଠାରୁ ମଧ୍ୟ ଏହାଠୁ ଅଧିକ ଟିପ୍ସ ମିଳିବ । ହେଲେ ବିଲ ଗେଟ୍ସ ତାଙ୍କୁ ବକସିସ ବାବଦକୁ ମାତ୍ର ପାଞ୍ଚ ଡଲାରର ଗୋଟିଏ ନୋଟ୍ । ୱେଟରଟି ପାଞ୍ଚ ଡଲାର ନୋଟକୁ ଅତ୍ୟନ୍ତ ଅବିଶ୍ୱାସର ସହିତ ଦେଖିଲା ଓ ହସିଲା । ବିଲ୍ ଗେଟ୍ସ ପଚାରିଲେ: କ’ଣ ହେଲା? ହସିଲ କାହିଁକି? ୱେଟର କହିଲା: ଟିକିଏ ଆଗରୁ ଯେଉଁ ବ୍ୟକ୍ତିଙ୍କ ଝିଅ ପାଞ୍ଚଶହ ଡଲାର ବକସିସ୍ ଦେଲା; ସେହି ବ୍ୟକ୍ତି ଏବେ ପାଞ୍ଚ ଡଲାର ଦେଉଛନ୍ତି । ଏହା କ’ଣ ହସିବା କଥା ନୁହେଁ । ବିଲ ଗେଟ୍ସ ବି ହସିଦେଲେ । କହିଲେ: ଯେଉଁ ଝିଅଟି ତୁମକୁ ବକସିସ୍ ପାଞ୍ଚଶହ ଡଲାର ଦେଲା ସେ ହେଉଛି ବିଶ୍ୱର ବଡ଼ଧନୀ ବିଲ ଗେଟ୍ସର ଝିଅ । ତା’ ପାଇଁ ପାଞ୍ଚଶହ ଡଲାର ବଡ଼କଥା ନୁହେଁ। ହେଲେ ମୁଁ ଜଣେ ସାଧାରଣ କାଠ କଟାଳିର ପୁଅ । ମୁଁ ବା ତୁମକୁ ଏତେ ଟଙ୍କା ବକ୍ସିସ୍ ଦେଇପାରିବି କିପରି?

TT Ads

Leave a Reply

Your email address will not be published. Required fields are marked *