TT Ads

ପୂର୍ବାପେକ୍ଷା ରାଜଧାନୀରେ ଅପରାଧ ବଢ଼ିଛି। ଏ ଦିଗରେ କାମ ନ କଲେ ଅପରାଧ ଆଗକୁ ଆହୁରି ବଢ଼ିବ

ବରିଷ୍ଠ କଂଗ୍ରେସ ନେତାଙ୍କ ଘର ଉପରେ ଚୋରଙ୍କ ଟାର୍ଗେଟ। ଥରେ ନୁହେଁ ସପ୍ତାହ ମଧ୍ୟରେ ଦୁଇ ଦୁଇଥର ପଡିଲେଣି ଚୋର। ଗତ ୨୬ ତାରିଖ ପୂର୍ବ ରାତିରେ ପୂରା ରାଜଧାନୀ ସୁରକ୍ଷା ମଧ୍ୟରେ ଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ଘରେ ପଶି ନେଇ ଗଲେଣି ୫୦ ଲକ୍ଷରୁ ଅଧିକ ଟଙ୍କାର ଗହଣା। ଏଥି ସହିତ ନଗଦ ଟଙ୍କା ମଧ୍ୟ ଲୁଟିନେଳେ। ଭୁବନେଶ୍ବରର ଭିଆଇପି ଅଞ୍ଚଳରେ ନେତା ରାଜନେତା ରହୁଥିବା ଅଞ୍ଚଳରୁ ଏଭଳି ଲୁଟ ହେବା ପରେ ଉଭୟ ପୁଲିସ ଓ ସୁରକ୍ଷା କର୍ମୀ ସଜାଗ ହୋଇଥିଲେ। କିନ୍ତୁ ଏସବୁ ପରେ ଲୁଟର ତିନିଦିନ ହୋଇନି ଲୁଟେରା ମାନେ ଗତ ରାତିରେ ପୁଣି ନିରଞ୍ଜନଙ୍କ ଘରକୁ ଟାର୍ଗେଟ କରିଥିଲେ। ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ତେବେ ଚୋରକୁ ସୁରକ୍ଷା କର୍ମୀ ଧରି ପୁଲିସ ଜିମା ଦେଇଥିବା ବେଳେ ନିରଞ୍ଜନ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାତିହେଲେ ତାଙ୍କୁ ଡର ଲାଗୁଛି ବୋଲି କହିଛନ୍ତି ନିରଞ୍ଜନ। ପୂର୍ବାପେକ୍ଷା ରାଜଧାନୀରେ ଅପରାଧ ବଢୁଛି। ପୁଲିସ ଠିକ୍ ଭବେ ତଦନ୍ତ କରି ଚୋରଙ୍କୁ ଧରିବା ଆବଶ୍ୟକ ଓ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ନ ହେଲେ ରାଜଧାନୀରେ ଆଗକୁ ଆହୁରି ଅପରାଧ ବୃଦ୍ଧି ପାଇବ ବୋଲି ନିରଞ୍ଜନ କହିଛନ୍ତି।

TT Ads

Leave a Reply

Your email address will not be published. Required fields are marked *