TT Ads

ପିଲା ଯଦି ଛୋଟ ବୟସରେ ଭଲ ପାଠ ପଢୁଛି ତାକୁ ଆମେ ପାଞ୍ଚ ବର୍ଷ କିମ୍ବା ସାଢ଼େ ପାଞ୍ଚ ବର୍ଷ ବୟସ ହେଲେ ସ୍କୁଲରେ ପ୍ରଥମ ଶ୍ରେଣୀରେ ନାଁ ଲେଖେଇ ଦେଉଥିଲେ। କିନ୍ତୁ ଏବେ ଆଉ ତାହା ସମ୍ଭବ ନୁହେଁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପିଲାଙ୍କୁ ୬ ବର୍ଷ ନ ହେଲା ଯାଏଁ ସ୍କୁଲରେ ନାମ ଲେଖାଇ ପାରିବେ ନାହିଁ

ଏଣିକି ପିଲାଙ୍କୁ ୬ବର୍ଷ ବୟସ ହୋଇ ନ ଥିଲେ ପ୍ରଥମଶ୍ରେଣୀରେ ନାଁ ଲେଖିପାରିବେନି ପିଲା। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ବାପା ମାଆ ଚାହିଁଲେ ୫ ବର୍ଷ ବୟସରୁ ପ୍ରାକ୍ ଶ୍ରେଣୀରେ ନାଁ ଲେଖି ପାରିବେ।
ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଶିକ୍ଷାବର୍ଷର ସେପ୍ଟେମ୍ବର ପହିଲା ସୁଦ୍ଧା ପିଲାର ବୟସ ଅତି କମରେ ୬ ବର୍ଷ ହେବା ଆବଶ୍ୟକ । ସେହିପରି ୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ପ୍ରି ସ୍କୁଲ ଶ୍ରେଣୀ ଖୋଲିବ ।
ଉଲ୍ଲେଖଯୋଗ୍ୟ,ଗତ ସପ୍ତାହରେ ରାଜ୍ୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

TT Ads