ଭୁସୁଡୁଛି ମାଓ ଦୁର୍ଗ। ଗତ ଦୁଇଦିନ ଧରି ଓଡ଼ିଶା, ଛତିଶଗଡ ମିଳିତ ପୁଲିସ, ସିଆରପିଏଫ୍ ର ପ୍ରୟାସରେ ଚାଲିଥିବା ନକ୍ସଲ ଦମନ ଅପରେସନରେ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ନକ୍ସଲ ସେଣ୍ଟ୍ରାଲ କମିଟି (ସିସି) ସଦସ୍ୟ ଜୟୀରାମ। ପ୍ରଥମ ଥର ପାଇଁ ନକ୍ସଲ କେନ୍ଦ୍ର କମିଟି (ସିସି) ର ସଦସ୍ୟଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଜୟୀରାମ ଓଡ଼ିଶାର ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଜୟୀରାମ ନକ୍ସଲ ନେତା ଯାହାଙ୍କୁ ଧରାଇ ଦେବା ଦେବା ପାଇଁ ଏକ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥାଇ ପରେ ବୋଲି ଗୃହ ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି। ସେ କହିଛନ୍ତି ଯେ ଦୁଇଦିନିଆ ଅପରେଶନର ପ୍ରଥମ ଦିନରେ ୨ ଜଣ ଏବଂ ଦ୍ଵିତୀୟ ଦିନରେ ୧୨ ଜଣ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହା ଉଭୟ ଓଡ଼ିଶା ଓ ଛତିଶଗଡ଼ ପୁଲିସ ପାଇଁ ବଡ ସଫଳତା ବୋଲି କହିଛନ୍ତି ଶ୍ରୀ ଶାହ। ସେହିଭଳି ନକ୍ସଲ ଦମନ କ୍ଷେତ୍ରରେ ଦେଶକୁ ବଡ ସଫଳତା ମିଳିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି ଯେ, ନକ୍ସଲବାଦ ଏବେ ଶେଷ ବିଶ୍ୱାସ ନେଉଛି। ୨୦୨୬ ରେ ଦେଶ ସମ୍ପୁର୍ଣ୍ଣ ନକ୍ସଲ ମୁକ୍ତ ହେବ।


