TT Ads
ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭବନା ରହିଛି। ଏମିତି କି ୧୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖା ଦେଇ  ନ ପାରେ। ସେହିସବୁ ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ନୟାଗଡ଼। ଏହି ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମଧରଣର କୁହୁଡ଼ି ଦେଖାଦେବାର ସମ୍ଭବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେବୁ ଜିଲ୍ଲାଗୁଡ଼ିକ ହେଲା ଉପକୂଳବର୍ତ୍ତୀ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ। ଏଥିସହିତ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ବର୍ଷା ହେବାର କୌଣସି ସମ୍ଭବନା ନାହିଁ। ଗତ ୨୪ ଘଣ୍ଟାର ରେକର୍ଡ ଦେଖିଲେ କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯.୫ ଡିକ୍ରୀ ତାପମାତ୍ର ରେକର୍ଡ କରାଯାଇଛି ଓ ଜି ଉଦୟଗିରିରେ ସର୍ବାନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିଭଳି କଟକ ଓ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୫ ଓ ୧୫ .୫ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
TT Ads

Leave a Reply

Your email address will not be published. Required fields are marked *