TT Ads

ବ୍ରହ୍ମପୁର, ୨୭/୧୨(ଓଡ଼ିଶା ଜାଗରଣ):
ଗଞ୍ଜାମ ଜିଲ୍ଲାର ଏକ ଇଭି ଶୋରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ଚଳିତ ଗାଡ଼ି ଜଳି ନଷ୍ଟ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଟାଉନ ଥାନାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି।
ଆଜି ସକାଳେ ଇଭି ଶୋ’ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ନେବାରୁ ଜଣା ପଡ଼ିଛି ଯେ, ରେଡ୍ଡୀ ଗ୍ୟାରେଜ ନିକଟରେ ଥିବା ଶୋ ରୁମରୁ ଆଜି ସକାଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ନେଇ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ ଗାଡ଼ି ସହ ଅଗ୍ନିକ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

TT Ads

Leave a Reply

Your email address will not be published. Required fields are marked *