ମୁଁ ରାଜ୍ୟସଭା ଯିବା ଦୌଡ଼ରେ ନାହିଁ: ମନମୋହନ
ଭୁବନେଶ୍ୱର, (ଓଡ଼ିଶା ଜାଗରଣ) : ବିଜେଡି ସାଂସଦ ସୁଜିତ୍ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଖୁବଶିଘ୍ର ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ବିଜେପି ପକ୍ଷରୁ କିଏ ରାଜ୍ୟସଭାକୁ ଯିବ ତାକୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟ ସଭାପତି ମନମୋହନଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ଏଭଳି ସ୍ଥିତିରେ ଏହାକୁ ଖଣ୍ଡନ କରିଛନ୍ତି ମନମୋହନ। ଏ ନେଇ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟସଭା ଦୌଡ଼ରେ ସେ ନାହାନ୍ତି। ଅପରପକ୍ଷେ ସୂଜିତଙ୍କ ସ୍ଥାନରେ କିଏ ରାଜ୍ୟ ସଭାରେ ବସିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ପୁନର୍ବାର ସୁଜିତଙ୍କୁ ବିଜେପି ରାଜ୍ୟସଭାକୁ ପଠାଇ ପାରେ ବୋଲି କୁହା ଯାଉଛି। ଯାହା ମମତା ମହନ୍ତଙ୍କ କ୍ଷେତ୍ରରେ ଦଳ କରିଥିଲା। ଏପରି ସ୍ଥଳେ ଅନ୍ୟ ପ୍ରମୁଖ ନେତାଙ୍କୁ ବି ଏଡାଇ ହେବ ନାହିଁ। ପ୍ରାର୍ଥୀପତ୍ର ଦାଖଲ ପରେ ହିଁ କିଏ ରାଜ୍ୟସଭାକୁ ଯିବ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଯିବ।


