ଭିଜିଲାନ୍ସ ଜାଲରେ ଏସିଏଫ୍ ରେବତୀ ରମଣ ଯୋଶୀ।
ଭୁବନେଶ୍ୱର, (ଓଡ଼ିଶା ଜାଗରଣ ନ୍ୟୂଜ୍) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ(ସମ୍ବଲପୁର)ର ଏସିଏଫଙ୍କ ଘର ସମେତ ୯ ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ାଉରେ ୩ ଜଣ ଡିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି।
ତାଙ୍କର ସମ୍ବଲପୁର ହରିଣ ପାର୍କ ନିକଟରେ ଥିବା ସରକାରୀ କ୍ୱାର୍ଟରସ ସମେତ, ଅଫିସ ଚ୍ୟାମ୍ବର୍, ଅଇଁଠାପାଲିର ତିନି ମହଲା କୋଠା, ସମ୍ବଲପୁର ଚର୍ଚ୍ ଛକରେ ଥିବା ଘର, ଝାରସୁଗୁଡ଼ା ରୋଡ ମଲ୍ଲି ପଲ୍ଲୀରେ ଥିବା କମର୍ସିଆଲ ବିଲ୍ଡିଂ ରେ ଚଢ଼ଉ ଜାରି ରହିଛି।



