ଫଡନାବିସ ୩.୦ ; ସରିଲା ଶପଥ; ବିଭାଗ ବଣ୍ଟନ ଉପରେ ନଜର
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୨ ଦିନ ପରେ ବିଜେପି ନେତା ଦେବେନ୍ଦ୍ର ଫଡ୍ନାବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି। ତାଙ୍କ ନେତୃତ୍ବରେ ମହାୟୁତି ସରକାର ଶପଥପାଠ ଉତ୍ସବରେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁମ୍ବାଇର ଆଜାଦ ମୈଦାନରେ ଏକ ଭବ୍ୟ ଉତ୍ସବରେ ସିପି ରାଧ ରାଧାକ୍ରିଷ୍ଣନ ଏହି ଶପଥପାଠ କରାଇଛନ୍ତି।
ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ।
ସେହିଭଳି ଏନସିପି ନେତା ଅଜିତ ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକାନାଥ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ଏବେ ବିଭାଗ ବଣ୍ଟନ ଉପରେ ରହିଛି ସମସ୍ତଙ୍କ ନଜର।
ଉତ୍ସବର ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା ସିନ୍ଦେଙ୍କ ଶପଥ। ଗତ ଅଢ଼େଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ସିନ୍ଦେ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶେଷ ମୁହୂର୍ତ୍ତରେ ପ୍ରବଳ ଚାପରେ ପଡ଼ି ଶପଥ ନେଇଛନ୍ତି। ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଧକ୍ଷ ଜେ ପି ନଜ୍ଜା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, ପୀୟୂଷ ଗୋଏଲ, ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହାନଙ୍କ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଅସନ୍ତୁଷ୍ଟ ସିନ୍ଧେଙ୍କୁ କେଉଁ ବିଭାଗ ମିଳୁଛି ଏବଂ ତାକୁ ନେଇ ସେ ଓ ଦଳୀୟ ନେତା ମାନେ କେତେ ସନ୍ତୁଷ୍ଟ ତା ଉପରେ ରହିଛି ସମସ୍ତଙ୍କ ନଜର।


