ଯେଉଁମାନେ ସୁନାରେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ଗତ ବର୍ଷକ ଭିତରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବର୍ଷକ ଭିତରେ ଏହା ୫୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୁନାର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା ଋଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ୨୦୨୨ ମସିହାରୁ କ୍ରମାଗତ ଭାବେ ସୁନା ଭଣ୍ଡାର ବୃଦ୍ଧି କରିବାରେ ଲାଗିଛନ୍ତି। ସୁନା ଇଟିଏଫରେ ନିବେଶ ମଧ୍ୟ ଆରମ୍ଭ ହୋଇଛି।

ସୁନାର ଯୋଗାଣ ତୁଳନାରେ ଚାହିଦା ଢେର ଅଧିକ ଥିବାରୁ ଦର ବୃଦ୍ଧି ପାଉଛି। ଅକ୍ଟୋବର ୨୦୨୨ରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୧୫୦୦ ଡଲାରରୁ ବୃଦ୍ଧି ପାଇ ଆଜି ୩୪୦୦ ଡଲାରରୁ ଅଧିକ ହୋଇଛି। ଅର୍ଥାତ୍, ଗତ ୨ ବର୍ଷ ଏବଂ ୮ ମାସରେ, ସୁନା ୧୨୫ ପ୍ରତିଶତ ପର୍ଯ୍ୟନ୍ତ ଏକ ମହାନ ରିଟର୍ଣ୍ଣ ଦେଇଛି।

ଗତ ଗୋଟିଏ ବର୍ଷରେ, ସୁନାର ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ, ସୁନା ପ୍ରାୟ ୧୮୦ ପ୍ରତିଶତ ରିଟର୍ଣ୍ଣ ଦେଇଛି।

ଖଣି ରାଜସ୍ୱ ହ୍ରାସ ନେଇ ଚିନ୍ତାଜନକ ଓଡ଼ିଶା ଅର୍ଥନୀତି

ପୂର୍ବରୁ ବିଶ୍ବର ସର୍ବାଧିକ ସୁନା ଦକ୍ଷିଣ ଆଫ୍ରିକାରେ ବାହାରିଥିଲା। ୨୦୦୬ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିଶ୍ୱର ସର୍ବବୃହତ ସୁନା ଉତ୍ପାଦକ ଦେଶ ଥିଲା। ୨୦୦୭ରେ ଅନ୍ୟ ଦେଶରୁ ଉତ୍ପାଦନ ବୃଦ୍ଧି ପାଇବା ଶାହ ଦକ୍ଷିଣ ଆଫ୍ରିକାରୁ ଉତ୍ପାଦନ ହ୍ରାସ ପାଇଲା।
୨୦୨୨ ମସିହାର ରିପୋର୍ଟ ଅନୁଯାୟୀ ବିଶ୍ୱରେ ମୋଟ ୩୨୦୦ ଟନ୍ ସୁନା ଉତ୍ତୋଳନ ହେଉଥିବା ବେଳେ ତାହାର ୧୦.୬ ପ୍ରତିଶତ ଅର୍ଥାତ୍ ୩୩୦ ଟନ୍ ସୁନା କେବଳ ଚୀନରୁ ଉତ୍ତୋଳନ ହେଉଥିଲା। ଚୀନ ପରେ ଅଷ୍ଟ୍ରେଲିଆ ଓ ଋଷିଆରୁ ବିଶ୍ବର ସର୍ବାଧିକ ସୁନା ଉତ୍ତୋଳନ କରାଯାଇଥାଏ। ରିପୋର୍ଟ୍ ମୁତାବକ ଅଷ୍ଟ୍ରେଲିଆ ଓ ଋଷିଆରୁ ୩୨୦ ଟନ୍ ଲେଖାଏଁ ସୁନା ଉତ୍ତୋଳନ ହୋଇଥିଲା। ଏହି ଦୁଇ ଦେଶରେ ବିଶ୍ବର ମୋଟ ସୁନାର ୨୦.୬ ପ୍ରତିଶତ ସୁନା ଉତ୍ତୋଳନ ହୋଇଥାଏ।

ସେହିଭଳି କାନାଡ଼ାରେ ୨୨୦ ଟନ୍, ଆମେରିକାରେ ୧୭୦ ଟନ୍ ସୁନା ଉତ୍ତୋଳନ ହୋଇଥାଏ। ସେହିଭଳି ମେକ୍ସିକୋ ଏଵଂ କାଜାଖସ୍ତାନରେ ସମ୍ ପରିମାଣର ସୁନା ଉତ୍ପାଦନ ହୋଇଥାଏ। ଏହି ଦୁଇ ଦେଶରେ ୧୨୦ ଟନ୍ ଲେଖାଏଁ ସୁନା ଉତ୍ପାଦନ ହୋଇଥାଏ। ପୂର୍ବରୁ ବିଶ୍ବର ସର୍ବାଧିକ ସୁନା ଉତ୍ପାଦନ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ମସିହା ବେଳକୁ ଉତ୍ପାଦନ ଖସି ୧୧୦ ଟନରେ ପହଞ୍ଚିଥିଲା।

ପେରୁ ଉଜବେକିସ୍ଥାନରେ ୧୦୦ ଟନ୍ ଲେଖାଏଁ ସୁନା ଉତ୍ପାଦନ ହେଉଥିବା ବେଳେ ଘାନାରେ ୯୦ ଟନ୍ ଓ ଇଣ୍ଡୋନେସିଆରେ ୭୦ ଟନ୍ ସୁନା ଉତ୍ପାଦନ ହେଉଥିଲା। ବ୍ରାଜିଲ, କଲମ୍ବିଆ, ତାଞ୍ଜାନିଆରେ ୬୦ ଟନ୍ ସୁନା ଉତ୍ପାଦନ ହେଉଥିବା ବେଳେ ମାଳି, ସୁଦାନରେ ୫୦ ଟନ୍, ଅର୍ଜେଣ୍ଟିନାରେ ୩୫ ଟନ୍ ସୁନା ଉତ୍ପାଦନ ହେଉଥିଲା। ଅବଶିଷ୍ଟ ଦେଶରେ ମୋଟ ୬୩୦ ଟନ୍ ସୁନା ଉତ୍ପାଦନ ହୋଇଥାଏ। ତେବେ ଅନ୍ୟଏକ ରିପୋର୍ଟ୍ ମୁତାବକ ୨୦୨୨-୨୩ ବର୍ଷ ଭାରତରେ ମୋଟ ୮୬୬ କିଲୋ ୪୪ ଗ୍ରାମ ସୁନା ଉତ୍ପାଦନ ହୋଇଥିଲା।

ଶୁଳ୍କ ଯୁଦ୍ଧ; ପ୍ରତିଶୋଧ ନେଲା ଚୀନ