ବରିଷ୍ଠ ଅଭିନେତା ନାନା ପଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗକୁ ଖାରଜ କରିଛନ୍ତି ଅନ୍ଧାରୀ କୋର୍ଟ। ପ୍ରମାଣ ଅଭାବରୁ ଏହାକୁ ଅଦଲତ ଖାରଜ କରି ଦେଇଥିବା ଜଣାପଡ଼ିଛି।
ପ୍ରକାଶ ଥାଉ କି ଏ ନେଇ ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତନୁଶ୍ରୀ ଅଭିଯୋଗ କରିଥିଲେ ଯେ, ନାନା ପାଟେକର ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ସେଟରେ ତାଙ୍କୁ ଅସଦାଚରଣ କରିଥିଲେ। ଫିଲ୍ମର ଏକ ସ୍ୱତନ୍ତ୍ର ନୃତ୍ୟ ସମୟରେ ନାନା ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ। ଯାହାକୁ ନାନାଙ୍କୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ମଧ୍ୟ ସମର୍ଥନ କରିଥିଲେ। ତନୁଶ୍ରୀ ଏନେଇ ପ୍ରଯୋଜକଙ୍କ ଆଗରେ ଅଭିଯୋଗ କରିଥିଲେ ବି କେହି ତାଙ୍କ କଥା ଶୁଣି ନ ଥିଲେ ବୋଲି ସେ କହିଥିଲେ।  ଏମିତି କି ଷ୍ଟୁଡିଓ ବାହାରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ପୁଲିସ ପାଇଁ ମୁଁ ବଞ୍ଚିଯାଇଥିଲେ ବୋଲି ତନୁଶ୍ରୀ ଗମ୍ଭୀର ଅଭିଯୋଗ ଆଣିଥିଲେ।
ଏଭଳି ଏକ ଗମ୍ଭୀର ଅଭିଯୋଗ ପରେ ମିଁ-ଠୁ ଅଭିଯାନ ସାମାଜିକ ଗଣମାଧ୍ୟମରେ ବହୁତ ଚର୍ଚ୍ଚାର ପରିସରକୁ ଆସିଥିଲା। ଅନ୍ୟ ଅଭିନେତ୍ରୀ ମଧ୍ୟ ଏଭଳି ବହୁ ଅଭିଯୋଗ ଆଣିଥିଲେ। ମିଁ-ଠୁ ଭଳି ଏକ ଗମ୍ଭୀର ଅଭିଯୋଗ ବିଭିନ୍ନ ସିନେ ନିର୍ଦ୍ଦେଶକ ଓ ଅଭିନେତା ତଥା ପ୍ରଯୋଜକଙ୍କ ନାଁରେ ଆସିଥିଲା। ଅନ୍ଧାରୀ କୋର୍ଟ ଏହି ରାୟରେ ମାମଲାକୁ ଖାରଜ କରି ଦେଇଛନ୍ତି। ଯøନ ନିର୍ଯାତନାର ଅଭିଯୋଗକୁ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି।
#Tanushreedutta #Nanapatekar