ଉତ୍ତରପ୍ରଦେଶର ଆଯୋଧ୍ୟାସ୍ଥିତ ରାମ ମନ୍ଦିରର ମୁଖ୍ୟ ପୂଜକ ଆଶ୍ଚର୍ୟ୍ଯ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।
ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶ୍ୱାସକ୍ରୀୟ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ଫେବୃଆରୀ ୨ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେ ଅଯୋଧ୍ୟାର ଶ୍ରୀରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ସମୟରେ ଆଜି ତାଙ୍କର ପରଲୋକ ହୋଇଯାଇଛି।
ପ୍ରକାଶ ଥାଉ କି ଦୀର୍ଘ ୩୦ ବର୍ଷ ହେଲା ଆଚାର୍ଯ୍ୟ ସତ୍ୟେନ୍ଦ୍ର ରାମମନ୍ଦିର ପୂଜକ ଥିଲେ। କିନ୍ତୁ ନୂତନ ରାମମନ୍ଦିର ନିର୍ମାଣ ଆରମ୍ଭରୁ ହିଁ ମୁଖ୍ୟ ପୂଜକ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଚାର୍ଯ୍ୟ ସତ୍ୟେନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।


