୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେବାର ପ୍ରାୟ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୬୧୮୧ କୋଟି ଟଙ୍କାର ନୋଟ ଫେରିନାହିଁ। ତେବେ ସେ ନୋଟ୍‌ଗୁଡ଼ିକ କୁଆଡେ଼ ଗଲା ତାକୁ ନେଇ ଉଠିଛି ପ୍ରଶ୍ନ।
ମିଳିଥିବା ସୂଚନା ଅନୁଯାୟୀ ଗତ ମେ  ପହିଲା ସୁଦ୍ଧା ଏହି ପରିମାଣ ୬୨୬୬ କୋଟି ଟଙ୍କା ଥିଲା। ପୂର୍ବାପେକ୍ଷା ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁ ନ ଥିବା ଜଣାପଡ଼ିଛି।
ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସୋମବାର ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ  ୨୦୨୩ ମସିହା ମେ ୧୯ ତାରିଖରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୫ ମେ ୩୧ ସୁଦ୍ଧା ହ୍ରାସ ପାଇ ୬,୧୮୧ କୋଟି ଟଙ୍କାରେ ପହଞ୍ଚିଛି। ତେଣୁ, ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୬ ପ୍ରତିଶତ ଫେରି ଆସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କହାଯାଇଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ୨୦୦୦ ଟଙ୍କାର ନୋଟ୍‌ ବୈଧ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ ତାରିଖରେ ୨୦୦୦ ଟଙ୍କାର ନୋଟ୍‌ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା। ବର୍ତ୍ତମାନ ବି ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଏସବୁ ନୋଟ ବଦଳ କରିହେବ। ପୁଣି ଡାକଘର ମାଧ୍ୟମରେ ଏସବୁ ନୋଟ ପଠାଇଲେ ତାହା ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇପାରିବ ବୋଲି ନୋଟିସ ଜାରି କରାଯାଇଥିଲା।
 ପାକିସ୍ତାନ ହାରିଲା ତେବେ ଅସ୍ତ୍ର ବିରତି କାହିଁକି
ଗତ ଦୁଇବର୍ଷ ପୂର୍ବେ ଦେଶରେ ଥିବା ସମସ୍ତ ଦୁଇ ହଜାର ଟଙ୍କିଆ ନୋଟ୍‌ ଫେରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି ମଧ୍ୟ ଏପର୍ଯ୍ୟନ୍ତ ଏହି ନୋଟଗୁଡ଼ିକର ସଂପୂର୍ଣ୍ଣଭାବେ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିପାରିନାହିଁ। ଯାହାକୁ ନେଇ ଉଠିଛି ପ୍ରଶ୍ନ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସୂତ୍ରରୁ ଯାହା ଜଣାପଡ଼ିଛି ଏପର୍ଯ୍ୟନ୍ତ ୬୨୬୬ କୋଟି ଟଙ୍କା ଫେରିନାହିଁ। 
 ଆରବିଆଇ ପକ୍ଷରୁ ଶୁକ୍ରବାର ପ୍ରକାଶିତ ସଦ୍ୟତମ ତଥ୍ୟ ପ୍ରଦାନ କରିଛି। ଆପଣଙ୍କୁ କହିରଖୁଛୁ ଯେ ଦୁଇ ବର୍ଷ ତଳେ ହି ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ଟଙ୍କାର ନୋଟ୍‌ ବୈଧ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯ ମଇ୨୦୨୩ ରେ ୨୦୦୦ ଟଙ୍କାର ନୋଟ୍‌ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା।
ରିଜର୍ଭ ବ୍ୟାଙ୍କ୍‌ ୨ ମଇରେ ଏକ ବିବୃତ୍ତିରେ କହିଛି ଯେ ୧୯ ମଇ ୨୦୨୩ ରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲାଯାହା ୩୦ ଏପ୍ରିଲ୨୦୨୫ ସୁଦ୍ଧା ହ୍ରାସ ପାଇ ୬୨୬୬ କୋଟି ଟଙ୍କା ହୋଇଯାଇଥିଲା।
ତେଣୁ ୧୯ ମଇ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୪ ପ୍ରତିଶତ ଫେରି ଆସିଛିରିଜର୍ଭ ବ୍ୟାଙ୍କ କହିଛି। ଅବଶିଷ୍ଟ ଦୁଇ ହଜାର ଟଙ୍କିଆ ନୋଟ୍‌ କାହା ପାଖରେ ଏବଂ କାହିଁକି ରହିଛି ତାହା ଜଣାପଡ଼ି ନାହିଁ। ତେବେ କିଏ ଏହାକୁ ରଖିଛି ସେ ନେଇ ମଧ୍ୟ ଜଣାପଡ଼ି ନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ମୁଦ୍ରା ନୀତି କମିଟି (MPC)ର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରେପୋ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬% କରାଯିବ। ମୁଦ୍ରା ନୀତି କମିଟିର ନିଷ୍ପତ୍ତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକାଂଶ ଅର୍ଥନୀତିଜ୍ଞ ଏବଂ ବଜାର ବିଶେଷଜ୍ଞ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ପ୍ରମୁଖ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ଅଛି। ରେପୋ ହାର ହ୍ରାସ ହେବା ଯୋଗୁଁ ଋଣଗ୍ରହୀତାମାନେ ଶୀଘ୍ର ଇଏମଆଇ ହ୍ରାସ ହେବା ନେଇ ଆଶା କରିପାରିବେ। ପୂର୍ବରୁ ରେପୋ ହାର ୬.୨୫ % ଥିଲା ବେଳେ ଏବଂ ଶେଷ ଥର ପାଇଁ ମୁଦ୍ରା ନୀତି କମିଟି ଦ୍ୱାରା ଗତ ଫେବୃଆରୀ ମୁଦ୍ରା ନୀତି ସମୀକ୍ଷାରେ ହ୍ରାସ କରାଯାଇଥିଲା। ସେବେଠାରୁ ବିଶ୍ୱ ଅର୍ଥନୈତିକ ପରିସ୍ଥିତି ବିକଶିତ ହୋଇଛି।

ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୀତି ଉପରେ ପାରସ୍ପରିକ ଶୁଳ୍କ ବିଶ୍ୱ ଅଭିବୃଦ୍ଧି ଚିନ୍ତାକୁ ଆହୁରି ବୃଦ୍ଧି କରିଛି। ଏହି ସମସ୍ତ ଅନିଶ୍ଚିତତା ମଧ୍ୟରେ ଭାରତର ଅଭିବୃଦ୍ଧି ସମ୍ଭାବନା ଉପରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ମନ୍ତବ୍ୟ ପାଇଁ ଆଜିର ମୁଦ୍ରା ନୀତି କମିଟି ବୈଠକ ମଧ୍ୟ ଅତି ସତର୍କତାର ସହିତ ନଜର ରଖାଯାଇଛି। ପ୍ରମୁଖ CPI ମୁଦ୍ରାସ୍ଫୀତି ଆକଳନ ମଧ୍ୟ ଫୋକସରେ ରହିବ। ରେପୋ ହାର, ଇଏମଆଇ ପ୍ରଭାବ, GDP ଅଭିବୃଦ୍ଧିରେ ସହାୟକ ହେବ।

ଭାରତୀୟ ସେୟାର ବଜାରରେ ଟ୍ରମ୍ଫଙ୍କ ଶୁଳ୍କ ମାଡ଼

ସେମାନଙ୍କ ପାଇଁ ଖୁସିଖବର, ଯେଉଁମାନେ ଭିମ-ୟୁପିଆଇ କାରବାର(ପି୨ଏମ୍‌) ବ୍ୟବହାର କରୁଛନ୍ତି। ବିଶେଷକରି ଯେଉଁ ଛୋଟ ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ଏହାଦ୍ୱାରା ଫାଇଦା ନେଇପାରିବେ।
କେନ୍ଦ୍ର ସରକାର ଏବେ କମ୍‌ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ କମ କାରବାର ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ବ୍ୟବସାୟୀମାନଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପି୨ଏମ) କାରବାର ପାଇଁ ପ୍ରତି କାରବାର ପାଇଁ ୦.୧୫% ପ୍ରୋତ୍ସାହନ ପ୍ରଦାନ କରାଯିବ। ସରକାରଙ୍କ ଅନୁଯାୟୀ, ଏହି ଯୋଜନାରେ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶରେ ସ୍ୱଦେଶୀ ଭିମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ, ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ଭିମ-ୟୁପିଆଇରୁ ମୋଟ ୨୦୦୦୦ କୋଟି ଟଙ୍କାର କାରବାରର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଦେଶରେ ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ୍‌ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି।