TT Ads

ସୋମବାର ସକାଳେ ଦିଲ୍ଲୀ ଓ ପରେ ପରେ ବିହାରରେ ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇ ହୋଇ ନ ଥିବା ଜଣାପଡ଼ିଛି।
ସୋମବାର ସକାଳେ ଦିଲ୍ଲୀ ଓ ଏହାର ସଂଲଗ୍ନ ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୪.୦ ରହିଥିବା ବେଳେ ଗଭୀରତା ୫ କିଲୋମିଟର ଥିଲା। ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କୁ ଶାନ୍ତ ରହିବା ସହ ସୁରକ୍ଷା ସତର୍କତା ପାଳନ କରିବାକୁ ଅନୁରୋଧ କରିଛନ୍ତି। ଭୂମିକମ୍ପ ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ପ୍ରଧନମନ୍ତ୍ରୀ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଦିଲ୍ଲୀ ପୋଲିସ ନାଗରିକମାନଙ୍କୁ ସାହାଯ୍ୟ ପାଇଁ ଜରୁରିକାଳୀନ ୧୧୨ ହେଲ୍ପଲାଇନ୍‌କୁ କଲ୍ କରିବାକୁ ଅନୁରୋଧ କରିଛି।
ଦିଲ୍ଲୀ ପରେ ସକାଳ ୮ଟା ୨ ମିନିଟରେ ବିହାରରେ ମଧ୍ୟ ଆଜି ସକାଳେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ୪.୦ ରହିଥିବା ବେଳେ ଏହାର ଗଭୀରତା ଥିଲା ୧୦ କିଲୋମିଟର।

OJ Ads

Leave a Reply

Your email address will not be published. Required fields are marked *