ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଗ୍ରୁପ୍ ‘ବି’ପଦବୀ ପାଇଁ ଆଗାମୀ ପରୀକ୍ଷାକୁ ସ୍ଥଗିତ ରଖିଛି। ଓପିଆରବି କହିଛି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି।
ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶାରେ ଆଶାୟୀମାନଙ୍କ ମଧ୍ୟରେ ହତାଶ ବୃଦ୍ଧି ପାଇଥିଲା। କାରଣ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯ ଦୁଇଦିନରେ ପଡୁଛି। କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ କିଛିଦିନ ତଳେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ।
ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଏସବିଆଇ ପିଓ ପ୍ରିଲିମ୍ସ ଏବଂ ଓଡ଼ିଶା ପୁଲିସ ଏସଆଇ ପ୍ରିଲିମ୍ସ, ୮ ମାର୍ଚ୍ଚ ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା। ଏହା ସହିତ, ଓପିଏସସି ସହକାରୀ କୃଷି ଅଧିକାରୀ (ଏଏଓ) ପରୀକ୍ଷା ଏବଂ ରେଳ ସୁରକ୍ଷା ବଳ (ଆରପିଏଫ) କନଷ୍ଟେବଳ ପରୀକ୍ଷା ଉଭୟ ୯ ମାର୍ଚ୍ଚ ୨୦୨୫ରେ ହେବାକୁ ସ୍ଥିର କରାଯାଇଥିଲା।