ସନ୍ଦେହ ଅନେକ ସମୟରେ ମଣିଷକୁ ତଳକୁ ନେଇଯାଏ। ସେମିତି ଏକ ଘଟଣା ନଏଡାର ସେକ୍ଟର ୧୫ ଅଞ୍ଚଳରେ ଦେଖିବାକୁ ମିଳିଛି
ଅନ୍ୟ କାହା ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ସ୍ତ୍ରୀର ମୁଣ୍ଡକୁ ହତୁଡ଼ିରେ ଛେଚି ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ୪୨ ବର୍ଷୀୟା ଆସମା ଖାନ ଓ ହତ୍ୟା ଅଭିଯୁକ୍ତ ସ୍ବାମୀ ହେଲେ ୫୫ ବର୍ଷୀୟ ନୁରୁଲା ହାଇଦର।
ନସମା ଜଣେ ସଫ୍ଟୱେର୍ ଇଞ୍ଜିନିୟର ଓ ନୋଏଡାର ସେକ୍ଟର ୬୨ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ପୂର୍ବରୁ ଦିଲ୍ଲୀରେ ରହୁଥିଲେ ଏବଂ ଜାମିଆ ମିଲିଆ ଇସଲାମିଆରୁ ଇଞ୍ଜିନିୟରିଂ ସ୍ନାତକ ଥିଲେ। ଅଭିଯୁକ୍ତ ନୁରୁଲଙ୍କ ଘର ବିହାରରେ ଏବଂ ସେ ମଧ୍ୟ ଜଣେ ଇଞ୍ଜିନିୟରିଂ ସ୍ନାତକ ଥିଲେ। କୌଣସି କାମ କରୁ ନ ଥିଲେ। କୌଣସି କାମ ନ ଥିବାରୁ ଅଧିକାଂଶ ସମୟ ଘରେ ରହୁଥିଲେ ଏବଂ ମାନସିକ ଚିନ୍ତାରେ ଥିଲେ।

ଉଭୟ ୨୦୦୫ ମସିହାରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ସେମାନଙ୍କ ପୁଅ ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ, ତାଙ୍କ ଝିଅ ୮ମ ଶ୍ରେଣୀରେ ପଢ଼ନ୍ତି। ନୁରୁଲ ହତ୍ୟା କରିବା ପରେ ପ୍ରଥମେ ପୁଅ ଏ ନେଇ ପୁଲିସକୁ ୧୧୨ ନମ୍ୱର୍ ଯୋଗେ ସୂଚନା ଦେଇଥିଲେ।

କାନାଡାରେ ଭାରତୀୟ ନାଗରିକଙ୍କୁ ଛୁରାମାଡ଼ରେ ହତ୍ୟା