ଟ୍ରମ୍ଫଙ୍କ ଦ୍ଵିତୀୟ ପାଳି ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ କ୍ଷେତ୍ରରେ ଚହଳ ସୃଷ୍ଟି ହୋଇଛି। ବିଶେଷକରି ମେକ୍ ଆମେରିକା ଗ୍ରେଟ୍ ଏଗେନର ସ୍ଲୋଗାନ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ଫ। ଏହାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗ ହେଉଛି ଆର୍ଥିକ ସ୍ଥିତିରେ ବୈପ୍ଲବିକ ପରିବର୍ତ୍ତନର ଆଶା।
ଏହିକ୍ରମରେ ଆମେରିକା ସେୟାର ମର୍କେଟକୁ ୨୪ ଘଣ୍ଟିଆ ଖୋଲିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି ଟ୍ରମ୍ଫ। ଏଭଳି ନିଷ୍ପତ୍ତି ଖୁବ ଶୀଘ୍ର ଲାଗୁ ହୋଇପାରେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ନାସଡସର ଜଣେ ବରିଷ୍ଠ ଅଧିକାରୀ।
ପ୍ରକାଶ ଥାଉ କି କିଛିଦିନ ଧରି ଆମେରିକା ଷ୍ଟକ୍ ବଜାର ଚାହିଦା ବଢ଼ିବାରେ ଲାଗିଛି। ବିଶ୍ବର ଅନେକ ନିବେଶକ ଆମେରିକା ଷ୍ଟକ୍ ବଜାରରେ ପୁଞ୍ଜି ନିବେଶ କରିଛନ୍ତି। ଯାହାର ଫାଇଦା ସରକାର ନେବାକୁ ଏହି ପଦକ୍ଷେପ ଗ୍ରହଣ କରିଥିବା କୁହା ଯାଉଛି। ଫଳରେ ବିଶ୍ବର ଯେ କୌଣସି ବ୍ୟକ୍ତି ଯେଉଁଠି ଥିଲେ ବି ୨୪ ଘଣ୍ଟା ଧରି ଏଥିରେ ପୁଞ୍ଜି ନିବେଶ କରିପାରିବେ।


