ଅଖିଳ ଭାରତୀୟ ଆୟୂର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଗୋଟିଏ ପରିବାରର ୪ ଜଣଙ୍କୁ ମିଳିଛି ଚାକିରି। ଏହିଭଳି ବହୁ ଲୋକଙ୍କ ନିଯୁକ୍ତି ନେଇ ଉଠିଛି ପ୍ରଶ୍ନ
ଏମ୍ସରେ ନିଯୁକ୍ତିରେ ଅନିୟମିତା ନେଇ ଅଭିଯୋଗ ହେବା ପରେ ଚଢ଼ଉ କରିଛି ସିବିଆଇ ଟିମ୍। ସିବିଆଇର ଏକ ୯ ଜଣିଆ ଟିମ୍ ଭୁବନେଶ୍ୱର ଏମ୍ସରେ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ସିବିଆଇ ଟିମ୍ ସଂସ୍ଥାର ୨୭ ଜଣଙ୍କୁ ପଚରାଉଚରା କରିଛି। ଏଥି ସହିତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ସିବିଆଇ ଅଧିକାରୀ।
ପ୍ରକାଶ ଥାଉ କି ଏମ୍ସରେ ନିଯୁକ୍ତି ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଯାଞ୍ଚ ପରେ ଏହାର ସତ୍ୟାସତ୍ୟ ଜଣା ପଡିଥିଲା। ଯାହାକୁ ପାଥେୟ କରି ସିବିଆଇ ପକ୍ଷରୁ ଏହି ଚଢ଼ଉ କରାଯାଇଛି। ପୂର୍ବରୁ ୨୦୨୩ ମସିହାରେ ମଧ୍ୟ ଏମ୍ସ ଫାର୍ମାସୀ ଷ୍ଟୋର ଟେଣ୍ଡରକୁ ନେଇ ଅନିୟମିତ ଅଭିଯୋଗ ହୋଇଥିଲା। ଯେଉଁଥିରେ ସିବିଆଇ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରି କର୍ମଚାରୀଙ୍କୁ ପଚାରଉଚରା କରିଥିଲା। ଷ୍ଟୋର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ହଜାର ପାଇଁ ନୋଟିସ କରିଥିଲା।

ନିଯୁକ୍ତିରେ ଅନିୟମିତତା ଅଭିଯୋଗ ପାଇ ଭୁବନେଶ୍ବର ଏମ୍ସରେ ଚଢ଼ଉ କରିଛି ସିବିଆଇ। ସିବିଆଇର ଏକ ୯ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି

ପ୍ରତିଷ୍ଠାନର କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ଟିମ୍। ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ନେଇ ଅଭିଯୋଗ ହେବା ପାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ପରେ ସୁରାକ ମିଳିଥିଲା। ଯେଉଁଥିପାଇଁ ଏହି ଚଢ଼ଉ କରାଯାଉଛି। ଚଢ଼ଉ ସମୟରେ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା ଜାରି ରହିଛି।

ପ୍ରକାଶ ଥାଉ କି ଗତ ୨୦୨୩ ମସିହା ମାର୍ଚ୍ଚ ଏପ୍ରିଲ୍ ମାସରେ ମଧ୍ୟ ସିବିଆଇ ପକ୍ଷରୁ ଏମ୍ସ ଭୁବନେଶ୍ଵରରେ ଚଢ଼ଉ କରାଯାଇଥିଲା। ଫାର୍ମାସୀ ଷ୍ଟୋର ଟେଣ୍ଡର ନେଇ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ଆୟୁଷ୍ମାନ ଭାରତ ଯୋଜନା ଏଵଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନିୟମିତତା ନେଇ ସୂଚନା ପାଇଥିଲା ସିବିଆଇ। ସିବିଆଇ ପକ୍ଷରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରାଜିବା ସହ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ଫାର୍ମାସୀ ଷ୍ଟୋର ଅପରେଟରଙ୍କୁ ସିବିଆଇରେ ହାଜର ପାଇଁ ନୋଟିସ କରାଯାଇଥିଲା।