ବର୍ଷା ସାଙ୍ଗକୁ ଗାଡ଼ି ଚାଳକଙ୍କ ଧର୍ମଘଟ ଯୋଗୁଁ ପରିବା ଦର ଏକ ପ୍ରକାଶ ଆକାଶ ଛୁଆଁ ହୋଇଯାଇଛି। ଦର ପ୍ରାୟ ୩ ଅଙ୍କ ପାଖାପାଖି। ଏପରିସ୍ଥଳେ ଲୋକେ ଅଣ୍ଡା, ଚିକେନ୍‌ ଝୋଳ କରି ଚଳି ଯାଇପାରନ୍ତେ। କିନ୍ତୁ ଏବେ ବାର୍ଡଫ୍ଲୁ ଯୋଗୁଁ ଅଣ୍ଡା ଓ ଚିକେନ୍‌ ଛୁଇଁବା ପାଇଁ ଲୋକେ ଭୟ କରୁଛନ୍ତି
ଗତ ୫ ଦିନ ଧରି ରାଜ୍ୟରେ ଗାଡ଼ି ଚାଳକଙ୍କ ଧର୍ମଘଟ। ଟ୍ରକ୍‌ ଚାଲିପାରୁ ନ ଥିବାରୁ ବାହାର ରାଜ୍ୟରୁ ଆସୁପାରୁନି ଆସିପାରୁନି ପରିବା ଟ୍ରକ୍‌। ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ପରିବା ଦର ଚଢ଼ା ଦରରେ ବିକ୍ରି କରୁଛନ୍ତି ସ୍ଥାନୀୟ ବେପାରୀ। ଅନେକ ଅସାଧୁ ବେପାରୀ କଳାବଜାରୀ କରି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଫଳରେ ବଜାରରେ ଏବେ ପରିବାର ଦର ଆକାଶ ଛୁଆଁ ହୋଇପଡ଼ିଛି।
ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଇଗଣ ୮୦ ଟଙ୍କାରୁ କମୁନି। ଫଳରେ ନିମ୍ନ ମଧ୍ୟବିତ କିମ୍ବ ଗରିବ ଶ୍ରେଣୀର ଲୋକଙ୍କ କଥା ଛାଡ଼ନ୍ତୁ ମଧ୍ୟବିତ ଶ୍ରେଣୀର ଲୋକେ ପରିବା କିଣିପାରୁ ନାହାନ୍ତି। ବଡ଼ବଡ଼ିଆ ଲୋକେ ପରି ପରିବାର କିଣିବା ବେଳକୁ ଦଶଥର ଚିନ୍ତା କରୁଛନ୍ତି।
ଏପରିସ୍ଥଳେ ଗରିବ ଏବଂ ମଧ୍ୟବିତଙ୍କ ଏକମାତ୍ର ଭରସା ଥିବା ଚିକେନ୍‌ ଓ ଅଣ୍ଡା। ଗରିବ ଶ୍ରେଣୀର ଲୋକେ ଅଣ୍ଡାଝୋଳ କରି ଚଳି ଯାଉଥିଲେ। ସେହିଭଳି ମଧ୍ୟବିତ ଶ୍ରେଣୀର ଲୋକେ ଚିକେନ୍‌ ଝୋଳରେ କାମ ଚଳାଉଥିଲେ। କିନ୍ତୁ ଏବେ ବାର୍ଡ ଫ୍ଲୁ ଯୋଗୁଁ ଲୋକେ ଅଣ୍ଡା ଚିକେନ୍‌ କିଣିବାକୁ ଭୟ କରୁଛନ୍ତି।
ବିଶେଷକରି ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଥିବାରୁ ଏବେ କୁକୁଡ଼ା ମରା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି। ଯାହାକୁ ନେଇ ସାରା ରାଜ୍ୟରେ ଛନକା ପଶିଛି। ଚିକେନ୍‌ କମ୍‌ ଦରରେ ଦେଲେ ବି ଲୋକେ କିଣିବାକୁ ନାରାଜ।
ପରିବାର ଦର ଚଢ଼ା ସାଙ୍ଗକୁ ବାର୍ଡ ଫ୍ଲୁ ଯୋଗୁଁ ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ କ’ଣ ଖାଇବେ ତାକୁ ନେଇ ଚିନ୍ତାରେ ବଢ଼ି ଯାଇଛି। ତେବେ ପରିବା ଭିତରେ ଆଳୁ ପିଆଜକୁ ଅନେକାଂଶରେ ଲୋକେ ଭରସା କରୁଥିବା ବେଳେ ମାଛ ଓ ମର୍ଟନ ଅନେକ ବଡ଼ବଡ଼ିଆଙ୍କ ଭରସା ତାହା କେତେଦୂର ଲୋକଙ୍କ ହାଣ୍ଡିଶାଳକୁ ସୁହାଉଛି ତାହା ଦେଖିବାକୁ ବାକି ରହିଲା।