କିଛିଦିନ ତଳେ ବିବାଦରେ ଫସି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଇଥିବା ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣି ପୁଣି ଥରେ ନିଜ ପଦକୁ ଫେରିଛନ୍ତି
ମମତା କୁଲକର୍ଣ୍ଣି ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେହିଭଳି କିନ୍ନର ଅଖଡ଼ାର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣଙ୍କ ବିରୋଧରେ ଲାଗିଥିବା ଦାଦାବଟି ଆଦାୟ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ମମତା। ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, କିଛି ଲୋକ ତାଙ୍କ ଗୁରୁ ଡକ୍ଟର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଏଥିରେ ଦୁଃଖିତ ହୋଇ ସେ କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଥିଲି।
ମମତା ଆହୁରି ମଧ୍ୟ କହିଛନ୍ତି ଯେ ମହାମଣ୍ଡଳେଶ୍ୱର ହେବା ପରେ ସେ ତାଙ୍କ ଗୁରୁଙ୍କୁ ଯେଉଁ ଉପହାର ଦେଇଥିଲେ ତାହା ଛତା, ବାଡ଼ି ଏବଂ ପଙ୍ଖା ପାଇଁ ଥିଲା। ବାକି ଟଙ୍କା ସେ ଭଣ୍ଡାର ପାଇଁ ଦେଇଛନ୍ତି। ତାଙ୍କୁ ପୁଣି ସେହି ପଦରେ ପୁଣି ଥରେ ବସାଇଥିବାରୁ ତାଙ୍କ ଗୁରୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ମମତା। ଆଗକୁ କିନ୍ନର ଅଖାଡ଼ା ଏବଂ ସନାତନ ଧର୍ମ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିବେ ବୋଲି ଘୋଷଣା କରିଛନ୍ତି।
ସୂଚାଇ ଦିଆଯାଇ ପାରେ ଯେ, ଜାନୁଆରୀ ୨୪ ତାରିଖରେ, କିନ୍ନର ଆଖଡ଼ା ମମତା କୁଲକର୍ଣ୍ଣୀଙ୍କୁ ମହାମଣ୍ଡଳେଶ୍ୱର ପଦବୀରେ ବସାଇଥିଲା। କିନ୍ତୁ ଗତ ଫେବ୍ରୁଆରି ୧୦ ତାରିଖରେ ସେ ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଥିଲେ।