Nuakhai labour issue minister
ରାଜ୍ୟରେ ଦାଦନ ସମସ୍ୟା ଏକ ବଡ଼ ପାରମ୍ପରିକ ସମସ୍ୟା ଭାବେ ଦେଖା ଦେଇଥିବା ବେଳେ ବର୍ତ୍ତମାନ ସରକାର ଆସିବା ପଛରେ ଦାଦନ ଦୂର କରିବାର ପ୍ରତିଶ୍ରୁତି ଅନ୍ୟତମ କାରଣ। ତେବେ କ୍ଷମତାକୁ ଆସିବା ପରେ ରାଜ୍ୟରୁ ଦାଦନ ଦୂର କରିବା ଦୂର କଥା ଓଲଟା ନୂଆଖାଇ ପାଇଁ ଦାଦନ ବୃଦ୍ଧି ପାଉଛି ବୋଲି କହି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ନୂଆ ବିବାଦ ସୃଷ୍ଟି କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ।
ରବିବାର ବିଜେପି ପକ୍ଷରୁ ବଲାଙ୍ଗୀରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସାଂସଦ ସଂଗୀତା ସିଂଦେଓ ଉପସ୍ଥିତ ଥିଲେ। ଜିଲ୍ଲାରେ ଦାଦନ ସମସ୍ୟା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଲୋକେ ନୂଆଖାଇ ପର୍ବ ପାଳନ ପାଇଁ ଦାଦନ କାଟିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମାତ୍ର ଏହା ପଶ୍ଚିମ ଓଡ଼ିଶା ବାସୀଙ୍କୁ ଆଘାତ ଦେଇଛି।
ଯାହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ଚଳିତବର୍ଷ ୩ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଦୂର କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ସମୟରେ କେବଳ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି। ରବିବାର ବିଜେପି ପକ୍ଷରୁ ବଲାଙ୍ଗୀରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ ସାଂସଦ ସଂଗୀତା ସିଂଦେଓ ଉପସ୍ଥିତ ଥିଲେ।
Nuakhai labour issue minister
ଆମର ପତ୍ରିକା ବିଭାଗ ପରିଦର୍ଶନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ |


