ପର୍ଯ୍ୟଟକଙ୍କ ପାଇଁ କାଳ ହେଲା ରବିବାର ସକାଳ
କୋରାପୁଟ, ୨୯/୧୨(ଓଡ଼ିଶା ଜାଗରଣ): ରବିବାର ସକାଳୁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ଛୁଟିଦିନ ଦେଖି ଗୁପ୍ତେଶ୍ୱର ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକ ଦୁର୍ଘଟଣାର ଶୀକାର ହୋଇଛନ୍ତି। ବୈପାରିଗୁଡ଼ା ସୁକୁନାଳ ନିକଟରେ ବସ ଓଲଟି ପଡିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ବୃଦ୍ଧ ନାବାଳକ। ଖବର ନେବାରୁ ଜଣାପଡିଛି ଯେ କଟକ ଜିଲ୍ଲା ନିଆଳିରୁ ପର୍ଯ୍ୟଟକଙ୍କୁ ନେଇ ଗୁପ୍ତେଶ୍ୱର ନେଇ ଯାଉଥିଲା ବସ୍। କିନ୍ତୁ ସୁକୁନାଳ ଘାଟି ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ଓଲଟିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ବସଟି ସମ୍ପୂର୍ଣ ଓଲଟି ପଡ଼ିଥିବାରୁ ଯାତ୍ରୀଙ୍କୁ ବାହାର କରିବା କାଠିକର ପାଠ ହୋଇଥିଲେ। ଅଗ୍ନିଶମ ବିଭାଗ ଓ ଓଡରଫ ଟିମ୍ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରିଛନ୍ତି।
କଟର ଯୋଗେ କଟାଯାଇ ବାହାରିଲା ନାବାଳକର ମୃତଦେହ। ଆଉ ତିନି ଜଣଙ୍କ ମୃତଦେହ ବସ୍ ଭିତରେ ଫସି ରହିଛି।
ଆହତଙ୍କୁ ବୈପାରିଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଗଞ୍ଜାମ ଜିଲ୍ଲା ପୋଲସରାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ପରିବା ବୋଝେଇ ପିକଅପ୍ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ୱର (ଓଡ଼ିଶା ଜାଗରଣ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଥାଉ କି ଗତକାଲି ଭିଜିଲାନ୍ସ ପକ୍ଷରୁ କୋରାପୁଟ, ଜୟପୁର ସମେତ ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥ‌ିବା ଭଡା ଘରେ ଚଢଉ କରାଯାଇଥିଲା। ଏହାସହ ରନସପୁରରେ ପୈତୃକ ଘର, ବୋରିଗୁମ୍ମା ମାର୍କେଟ କମ୍ପ୍ଲେକ୍ସ ସହ କୁମୁଲିର ଅଫିସରେ ମଧ୍ୟ ଚଢଉ କରାଯାଇଥିଲା। ଚଢ଼ାଉରେ ଭିଜିଲାନ୍ସର ୮ଟି ଟିମ୍ ସାମିଲ ରହିଥିଲେ। ଯେଉଁଥିରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର୍, ୫ ଜଣ ଏଏସଆଇ ସାମିଲ୍ ହୋଇଥିଲେ। ଚଢଉରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ବୋରିଗୁମ୍ମାରେ ଗୋଟିଏ ଦୁଇ ତାଲା କୋଠା ଥିବା ବେଳେ ବୋରିଗୁମ୍ମା, ଝିଲିମିଲିରେ ଦୁଇ ତାଲା କୋଠା ରହିଛି। ଏଥିସହ ଆଉ ଏକ କୋଠା, ୧୭ଟି ପ୍ଲଟ୍ ବୋରିଗୁମ୍ମାରେ ରହିଛି | ତାଙ୍କ ଘରୁ ନଗଦ ୧ଲକ୍ଷ ୫୫ହଜାର ଟଙ୍କା, ବ୍ୟାଙ୍କ୍ ଏବଂ ଇନ୍ମୁରାନ୍ସରେ ୮୪ ଲକ୍ଷ ଟଙ୍କା, ୧୫୨ଗ୍ରାମ ସୁନ ଗହଣା ଏବଂ ୩ଟି ଚାରି ଚକିଆଁ, ଗୋଟିଏ ଦୁଇଚକିଆ ଗାଡି ରହିଛି।